ପରକ୍ରିୟା ପ୍ରୀତି ହତ୍ୟାକାଣ୍ଡର ୬ ଦିନ ପରେ ସ୍ବାମୀ, ସ୍ତ୍ରୀ ଓ ପୁତୁରା ଗିରଫ ପୁଲିସ ।

ପରକ୍ରିୟା ପ୍ରୀତି ହତ୍ୟାକାଣ୍ଡର ୬ ଦିନ ପରେ ସ୍ବାମୀ, ସ୍ତ୍ରୀ ଓ ପୁତୁରା ଗିରଫ ପୁଲିସ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଅଡବା ଥାନା ଅଧୀନ କାଲେମା ଗାଁର ମହିଳା ଲକ୍ଷ୍ୟହୀରା ନାୟକଙ୍କ ମୃତ ଦେହ ନିକଟ ଜଙ୍ଗଲରୁ ମିଳିବା ପରେ ତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଯାଇଛି । ତାଙ୍କ ସ୍ବାମୀ ଧମେନ୍ଦ୍ର ନାୟକ(38), ସଉତୁଣି ତଥା ଧର୍ମେନ୍ଦ୍ରଙ୍କ ଦ୍ବତୀୟ ସ୍ତ୍ରୀ ପୂଣ୍ଣବାସୀ(30) ଓ ପୁତୁରା କଣ୍ଣ ନାୟକ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଅଭିଯୁକ୍ତମାନେ ହତ୍ୟା କରିଥିବା ତଦନ୍ତରୁ ଗିରଫ କରାଯାଉଛି । ଖବର ରୁ ଜଣାପଡିଛି, ଲକ୍ଷ୍ୟହୀରାଙ୍କୁ ତାଙ୍କ ଦୁଇଭାଇ ପ୍ୟାରିଲାଲ ନାୟକ ଓ ପ୍ରମୋଦ ନାୟକ ଦୁଇଦିନ ଧରି ବାରମ୍ବାର ଫୋନ କରିଥିଲେ ମଧ୍ୟ ତାହା ସୁଇଚ୍ ଅଫ୍ ଦର୍ଶାଇଥିଲା । ଫଳରେ ଗତ ୫ ତାରିଖରେ ଦୁଇଭାଇ କାଲେମାରେ ପହଞ୍ଚଥିଲେ ମଧ୍ୟ ଘରେ ଭଉଣୀ ଲକ୍ଷ୍ୟହୀରାଙ୍କୁ ପାଇ ନ ଥିଲେ । ସେହି ଗ୍ରାମରେ ବିବାହ କରିଥିବା ବଡ ଭଉଣୀ ରଞ୍ଜନା ନାୟକଙ୍କୁ ଲକ୍ଷ୍ୟହୀରାଙ୍କ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ନିକଟରେ ଦୁଇଭଉଣୀ ବଗିଚା କାମ କରିବାକୁ ଗାଁ ପାଖ ଏକ ଜଗାକୁ ଯାଇଥିଲେ। ସନ୍ଧ୍ୟାରେ ସେ ଘରକୁ ଫେରିଥିଲେ । ମାତ୍ର ଲକ୍ଷ୍ୟହୀରା ଫେରିଇବା ସେ ଦେଖି ନ ଥିଲେ । ପରେ ପ୍ୟାରିଲାଲ ଓ ପ୍ରମୋଦ କାଲେମ ଗାଁର ଆଖପାଖ ଅଞ୍ଚଳରେ ଲକ୍ଷ୍ୟହୀରାଙ୍କୁ ଖୋଜାଖୋଜି କରିଥିଲେ । ଗାଁ ଠାରୁ ପ୍ରାୟ ୨ କିମି ଦୂରରେ ଘଞ୍ଚ ଜଙ୍ଗଲ ଭିତରେ ଗୁଗୁଲୁମା ନାଳ କଡରେ ଲକ୍ଷ୍ୟହୀରାଙ୍କ ମୃତଦେହ ପଡିଥିବା ଦୁଇଭାଇ ଦେଖିବାକୁ ପାଇଥିଲେ । ତାଙ୍କ ମୁଣ୍ଡକୁ ମାରଣାସ୍ତ୍ରରେ ହଣାଯିବା ସହ ପଥରରେ ମୃତଦେହ ଛେଚି ନାଳ କଡରେ ଫୋପଡା ଯାଇଥିଲା । ପରେ ପ୍ୟାରିଲାଲ ଅଡବା ଥାନାରେ ଧର୍ମେନ୍ଦ୍ରଙ୍କ ନାମରେ ତାଙ୍କ ଭଉଣୀଙ୍କୁ ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଅଡବା ଥାନା ଅଧିକାରୀ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଗତ ସୋମବାର ବ୍ରହ୍ମପୁର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏନେଇ ନଂ ୪/୨୫ରେ ଏକ ମାମଲା ରୁଜୁ ହୋଇଥିଲା । ଅନ୍ୟପକ୍ଷରେ ଗଜପତି ଏସ୍ପିଶ୍ରୀ ପଣ୍ଡାଙ୍କ ନିର୍ଦେଶରେ ଆର,ଉଦୟଗିରି ଏସଡିପିଓଙ୍କ ନେତୃତ୍ବରେ ଏକ ଟେକ୍ନିକାଲ୍ ଟିମ୍ ଏବଂ ଅଭିଯୁକ୍ତଙ୍କୁ ଠାବ କରିବାକୁ ଆଉ ଏକ ଟିମ୍ ଏପରି ୨ଟି ଟିମ୍ ଗଠିତ ହୋଇଥିଲା । ଗୁରୁବାର ରାତି ୧୦ଟାରେ କାଲେମା ଗାଁର ୧୫ କି ମି ଦୂରରେ ଥିବା ଏକ ଜଙ୍ଗଲରୁ ଉପରୋକ୍ତ ୩ ଅଭିଯୁକ୍ତ ପୁଲିସ ଟିମ୍ ଧରିଥିଲା ବୋଲି ଏସ୍ପି କହିଛନ୍ତି ।

Leave a Reply

Your email address will not be published. Required fields are marked *