ପଦ୍ମଭୂଷଣ ଡ଼ା ରାଧାନାଥ ରଥଙ୍କ ଜୟନ୍ତୀ ପାଳନ ———————————–ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ପଦ୍ମଭୂଷଣ
ରାଉରକେଲା : ଡ଼ା ରାଧାନାଥ ରଥଙ୍କ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ବଳିଯୋଡ଼ି ଛକ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ପରିସରରେ ଅନୁଷ୍ଟାନର ସମ୍ପାଦକ ଅରୁଣ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟାଙ୍ଗରପାଲ୍ଲି ଆଇ ଆଇ ସି ସୁକାନ୍ତ କୁମାର ପ୍ରଧାନ , ବିଶିଷ୍ଟ ଚିକିତ୍ସକ ଡ଼ା ଫକୀର ଚରଣ ହୋତା, ଆଇଡିଏଲ ଶିଳ୍ପ ସମ୍ପର୍କ ବିଭାଗର ମୁଖ୍ୟ ରଞ୍ଜନ ମହାନ୍ତି,ରଜ୍ୟ କର୍ମଚାରି ବୀମା ପ୍ରାକ୍ତନ ଅଧିକାରୀ ଡାକ୍ତର ଶ୍ରୀମତୀ ବିଷ୍ଣୁପ୍ରିୟା ଦେଇ, ଯଥାକ୍ରମେ ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ସମ୍ମାନିତ ଅତିଥି ଓ ବକ୍ତାଭାବେ ଯୋଗଦେଇ ଡ଼ା ରାଧାନାଥ ରଥଙ୍କ କର୍ମମୟଜୀବନ, ସ୍ବାଧିନତା ସଂଗ୍ରାମ, ରାଜନୈତିକ ଚିନ୍ତାଧାରା ସମାଜ ସେବା ସର୍ବୋପରୀ ନବ ଓଡ଼ିଶା ଗଠନରେ ତାଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥଲେ। ବାବୁଜୀ ଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତୀ ରାଉରକେଲାରେ ପ୍ରତିଷ୍ଠା କରିବା ପାଇଁ ଏହି ସଭାରେ ମତପ୍ରକାଶ ପାଇଥିଲା।ରାଉଲକେଲା ଇସ୍ପାତ କାରଖାନା ପ୍ରତିଷ୍ଠା କରିବାରେ ଡ଼ା ରାଧାନାଥ ରଥଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଏଣୁ ଇସ୍ପାତ ସହରରେ ତାଙ୍କ ନାମରେ କିଛି ଜନହିତକର କାର୍ଯ୍ୟ ଆରମ୍ଭ କରିବାପାଇଁ ବକ୍ତାମାନେ ଇସ୍ପାତ କାରଖାନା କର୍ତ୍ତୃପକ୍ଷ, ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥଲେ । ଅନ୍ୟ ମାନଙ୍କ ମଧ୍ୟରେ ସନାତନ ସାହୁ, ଅନନ୍ତ ଚରଣ ଜେନା, ବିପିନ ରାଉତରାୟ, ସଞ୍ଜୟ ପରିଡା, ଚାନ୍ଦମଣି ନାୟକ, କବି ଗୌରାଙ୍ଗ ଦାଶ,ଝାନୋ ମାଝୀ ଭଗବାନ ସାହୁ, ଅନ୍ତର୍ଯ୍ୟମି ବେଉରିଆ, ବାମନ ଚରଣ ପ୍ରଧାନ, ସୁନୀତା ପରିଡା, ଦମୟନ୍ତୀ ମିଶ୍ର, ବାସୁଦେବ ସାହୁ, ପରମାନନ୍ଦ ବେହେରା, ଅସିତ୍ ଦୂବେ, ଶଶଧର ସାହୁ, ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରି ବାବୁଜୀଙ୍କ ପ୍ରତି ଗଭୀର ଶ୍ରାଧ ସୁମନ ଅର୍ପଣ କରିଥଲେ। ପ୍ରାରମ୍ଭରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବାବୁଜିଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯଇ ଭବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।ଏହି ଉତ୍ସବରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ସମାଜ ସେବୀ, ଶିକ୍ଷାବିତ ଓ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଟ୍ରଷ୍ଟ ର ବରିଷ୍ଠ ସଭ୍ୟ ନଟବର ବାରିକ ଧନ୍ୟବାଦ ଦେଇଥିଲେ। ରିପୋର୍ଟ୍: ସାଇ ପ୍ରିନ୍ସ ମହାପାତ୍ର


