ପଦ୍ମପୁର ଶ୍ରୀରାମ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ପଦ୍ମପୁର ଶ୍ରୀରାମ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ରାୟଗଡା : ରାୟଗଡ ଜ଼ିଲ୍ଲା ର ଐତିହାସିକ ସହର ପଦ୍ମପୁର ଶ୍ରୀରାମ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ଅତିଆଡ଼ମ୍ବର ସହିତ ପାଳିତ ହୋଇଯାଇଛି l ସର୍ବପ୍ରଥମେ ବୋଡି ଭୋରୁ ଭୋରୁ ପ୍ରଥମେ ବିଗ୍ରହ ମାନଙ୍କ ଅବକାଶ, ସ୍ନାନ, ମଙ୍ଗଳ ଆଳତି ସହିତ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା l ପ୍ରଭୁ ଙ୍କ ଚଳତି ପ୍ରତିମା କୁ ବାଜା ବାଜଣା କୀର୍ତ୍ତନ ଓ ଭକ୍ତି ନୃତ୍ୟ ଗୀତ ମାଧ୍ୟମରେ ଏକ ବିରାଟ ଶୋଭାଯାତ୍ରା ରେ ନଗର ପରିକ୍ରମା କରାଯାଇଥିଲା l ଘୃତଯଂଜ୍ଞ କାର୍ଯ୍ୟକ୍ରମ ପଣ୍ଡିତ ବିଷ୍ଣୁ ଶର୍ମା ଓ ନୃସିଂହ ସାମନ୍ତରାୟ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ର କର୍ତ୍ତା ଭାବେ ରାଧାନାଥ ପାଣିଗ୍ରାହୀ ପୂଜା ଅର୍ଚନା କରିଥିଲେ l ଅପରାହ୍ନ ରେ ଓଡିଶା ସରକାର ଙ୍କ ମାନ୍ୟବର ମନ୍ତ୍ରୀ ବିଭୁତି ଭୂଷଣ ଜେନା ବାଣିଜ୍ୟ, ପରିବହନ ଇସ୍ପାତ ଓ ଖଣି ବିଭାଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଯଂଜ୍ଞ ର ପୂର୍ଣ୍ଣାହୁତି ଦେଇଥିଲେ l ଏହି ପରିପେକ୍ଷ ରେ ମନ୍ତ୍ରି ଶ୍ରୀରାମ ଜେନା ଙ୍କୁ ପଦ୍ମପୁର ସୁନାରି ଘାଇ ଛକ ଠାରେ ବିଜେପି ର କର୍ମକର୍ତା ଓ ଶ୍ରୀରାମ ମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପାଢ଼ୀ ଓ ଜନସାଧାରଣ ସ୍ୱାଗତ କରି ବିରାଟ ପଟୁଆର ରେ ସହର ର ମୁଖ୍ୟ ବଜାର ଦେଇ ମନ୍ଦିର ନିକଟ କୁ ପାଛୋଟି ଆଣିଥିଲେ l ମନ୍ତ୍ରୀଙ୍କ ସହିତ ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗ, ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ୟୁବ ମୋର୍ଚା ର ଉମେଶ ଖୋସଲା, ଟୁଟୁ ଦାସ, ବ୍ଲକ ଅଧକ୍ଷା ମଣିମାଳା ଶବର ଗୁଣୁପୁର ପୋଲିସ ଏସଡିପିଓ ବାବୁଲି ନାୟକ ଗୁଣୁପୁର ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ପଦ୍ମପୁର ସରପଞ୍ଚ ପ୍ରକାଶ କଣ୍ଡଗୋରି, ପଦ୍ମପୁର ଥାନା ଅଧିକାରୀ ରଞ୍ଜନ ମାଝୀ, ପଦ୍ମପୁର ବିଡ଼ିଓ ଶିବ ପ୍ରସାଦ ପଟ୍ଟନାୟକ, ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ମନ୍ଦିର ପରିଚାଳନା କମିଟି ସଭାପତି ସରୋଜ ପାଣିଗ୍ରାହୀ ଓ ସମ୍ପାଦକ ଦୁର୍ଗା ପ୍ରସାଦ ସାହୁ ଆଜିର ଏହି କାର୍ଯ୍ୟକ୍ରମ ରେ ମଂଚାସୀନ ଥିଲେ l.ଏହି ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କୁ ଦ୍ୱାରା ଭଗବାନ ଶ୍ରୀରାମ ଙ୍କୁ ଉପରେ ବିଭିନ୍ନ କଥା ବସ୍ତୁ କୁ ନେଇ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ମୁଖ୍ୟଅତିଥି ଙ୍କ ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ ଠାରୁ ଆଜିର କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ମନ୍ଦିର ପରିଚାଳନା କମିଟି ର ସଦସ୍ୟ ରମେଶ ପଣ୍ଡା ପୂର୍ଣ୍ଣ ଚନ୍ଦ୍ର ଦାସ,ସୁଦର୍ଶନ ପାଢ଼ୀ,ଜଗନ୍ନାଥ ପାଣିଗ୍ରାହୀ, ସୁଶାନ୍ତ ପଣ୍ଡା, ସୁଶାନ୍ତ ସାହୁ, ଙ୍କୁ ସମତେ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ l ପଦ୍ମପୁର ଆସିବା ପୂର୍ବରୁ ମନ୍ତ୍ରୀ ଜିରା ଗ୍ରାମ ଗସ୍ତ କରି ଚନ୍ଦ୍ର ଧ୍ଵଜ ପଣ୍ଡା ଙ୍କୁ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେବା ସହିତ ଗୁଡ଼ିଆବନ୍ଧ ର ର ସଦଗୁରୁ ଆଶ୍ରମ କୁ ଯାଇ ପରିଦର୍ଶନ କରିଥିଲେ l ମନ୍ତ୍ରୀ ଙ୍କୁ ଗସ୍ତ ଦୃଷ୍ଟି ରୁ ଅତିରିକ୍ତ ଜ଼ିଲ୍ଲାପାଳ ଭାସ୍କର ଚନ୍ଦ୍ର ରୋଇତ ଙ୍କୁ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ସ୍ଥାନୀୟ ପଦ୍ମପୁର ପୋଲିସ ପକ୍ଷରୁ ରୁ ରଞ୍ଜନ କୁମାର ମଝିଙ୍କ ନେତୃତ୍ୱ ରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ l ଆଜିର କାର୍ଯ୍ୟକ୍ରମ ରର ମଞ୍ଚ ପରିଚାଳନା କରିଥିଲେ ନୀଳମାଧବ ପାଣିଗ୍ରାହୀ ଓ ଅକ୍ଷୟ କୁମାର ପଣ୍ଡା lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ

Leave a Reply

Your email address will not be published. Required fields are marked *