ପତ୍ରକାର ସଂଘ ଓ ବଜାର ଯାତ୍ରା କମିଟି ମଧ୍ୟରେ ବୃଦ୍ଧି ପାଇଥିବା ବିବାଦ ଉଭୟ ବୁଝାମଣା ପରେ ଅନ୍ତ ଘଟିଲା.

ପତ୍ରକାର ସଂଘ ଓ ବଜାର ଯାତ୍ରା କମିଟି ମଧ୍ୟରେ ବୃଦ୍ଧି ପାଇଥିବା ବିବାଦ ଉଭୟ ବୁଝାମଣା ପରେ ଅନ୍ତ ଘଟିଲା.

କନ୍ଧମାଳ -( ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଟିକାବାଲି ଓ ଟିକାବାଲି ଯାତ୍ରା କମିଟି ମଧ୍ୟରେ ଲାଗିରହିଥିବା ତିକ୍ତତା କିଛି ଦିନ ପରେ ଅନ୍ତ ଘଟିଛି l ସୂଚନା ପ୍ରକାରେ ଗତ ତା -୧୫/୧୦/୨୦୨୪ ରିଖ ଦଶହରା ଉପଲକ୍ଷେ ଟିକାବାଲିରେ ଏକ ସାମାଜିକ ନାଟକ ବସ ଷ୍ଟାଣ୍ଡ ରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ଯାତ୍ରାରେ ଯୋଗଦେବା ପାଇଁ ଯାତ୍ରା କମିଟି ର ସଭାପତି ଶ୍ରୀ ଯୁକ୍ତ ତନୁଜ କୁମାର ଭୋଇ ଟିକାବାଲି ସାମ୍ବାଦିକ ସଂଘ ର କର୍ମକର୍ତାଙ୍କୁ ନିମନ୍ତ୍ରଣ କରିଥିଲେ l ନିମନ୍ତ୍ରଣ ଅନୁସାରେ କମିଟି ତରଫରୁ ସାମ୍ବାଦିକ ଭାଇମାନଙ୍କୁ ସୁସମ୍ମାନର ସହିତ ବସିବାକୁ ଚେୟାର ଦିଆଯାଇଥିଲା l କିଛି ସମୟପରେ କମିଟି ର ଭଳିଣ୍ଟର ଆସି ଉକ୍ତ ସାମ୍ବାଦିକଙ୍କୁ ସିଟି ଛାଡିବାକୁ କହିଥିଲେ l ସର୍ବସମ୍ମୁଖ ରେ ଏ ପରି ବ୍ୟବହାର ଦେଖାଇଥିବାରୁ ନିମନ୍ତ୍ରିତ ସାମ୍ବାଦିକ ବନ୍ଧୁ ନିଜକୁ ଅପମାନ ଅନୁଭବ କରିଥିଲେ l ଅପର ପକ୍ଷରେ ଯାତ୍ରା ଦେଖିବାକୁ ଆସିଥିବା କିଛି ଲୋକଙ୍କ ମଧ୍ୟରେ ମାରପିଟ ଘଟଣା ମଧ୍ୟ ଘଟିଥିଲା l ଗୋଟିଏ ପଟେ ସାମ୍ବାଦିକ ଙ୍କୁ ଅପମାନ ଅନ୍ୟ ପଟେ ମlରପିଟ ଘଟଣା କୁ କେନ୍ଦ୍ରକରି ୧୬/୧୦/୨୦୨୪/ରେ ଏକ ପର୍ଟାଲରେ ନିୟୁଜ ପ୍ରସାରଣ ହୋଇଥିଲା l ଏହି ନିୟୁଜ ପ୍ରସାରଣ କୁ ନେଇ ଯାତ୍ରା କମିଟିର କିଛି କର୍ମୀ ସାମ୍ବାଦିକ ମାନଙ୍କୁ ଗାଳିଗୁଲଜ କରିବା ସହିତ ମାରପିଟ କରିଥିଲେ ଏବଂ କଙ୍ଗାରୁ କୋର୍ଟ ପରି ଜୋରଜବର ଜସ୍ତ ଟିକାବାଲି ବସଷ୍ଟାଣ୍ଡ ପ୍ରାଙ୍ଗଣରେ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ l ପରମୁହୂର୍ତରେ କ୍ଷମା ମାଗିଥିବା ଭିଡିଓ କୁ ଭାଇରଲ କରିଥିଲେ ଯାତ୍ରା କମିଟର କିଛି ବ୍ୟକ୍ତି l ଏହା କନ୍ଧମାଳ ଜିଲ୍ଲା ସମେତ ସାରା ଓଡ଼ିଶାର ସାମ୍ବାଦିକ ଙ୍କ ଉପରେ ଘୋର ଅପମାନ ଏବଂ ଲଜ୍ୟା ଥିଲା l ଯାଆରୀ ଫଳରେ ଅଲ ଓଡିଶା ସାମ୍ବାଦିକ ସଂଘ ମୁଣ୍ଡ ଟେକିବାକୁ ବାଧ୍ୟ ହୋଇଥିଲା ଫଳ ସ୍ୱରୂପ ଆଜି ଏସ ଡି ପି ଓ ଶ୍ରୀ ଯୁକ୍ତ ବିଜୟ କୁମାର ବିଶି, ଏସି ମୋର୍ଚା ରାଜ୍ୟ ଉପସଭାପତି ଶ୍ରୀ ଯୁକ୍ତ ରାମବିଶି ଦିଗାଳ , ବ୍ଲଜ ଚେୟାରମ୍ୟାନ ଦିଲୀପ କହଁର , ତହସିଲଦାର ନର୍ମଦା ନାୟକ , ବିଡ଼ିଓ ନାରାୟଣ ଦୀକ୍ଷିତ, ପ୍ରକାଶ ଭୋଇ, ଏବଂ ଅନ୍ୟାନ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସମ୍ମୁଖରେ ଯାତ୍ରା କମିଟି ର ସଭାପତି ତନୁଜ କୁମାର ଭୋଇ, ସମ୍ପାଦକ ଲିଙ୍ଗରାଜ ନାୟକ, ସୁଶାନ୍ତ ନାୟକ, ମାନଭଂଜନ ବେହେରା , ଚକ୍ରପାଣି ସାହୁ, କାଳିଆ ସାହୁ , ପ୍ରମିସ୍ ଦିଗାଲ , ବିରୁ ଜେନା , ରଞ୍ଜନ ମହାନ୍ତି , ନିଜର ଭୁଲ ବୁଝିପାରି ଟିକାବାଲି ବୃହତ ସ୍ୱାର୍ଥ ଦୃଷ୍ଟିରୁ ଆକ୍ରମଣ ର ଶିକାର ହୋଇଥିବା ସାମ୍ବାଦିକ ସଂଘ ର ସମ୍ପାଦକ କୁନା ଦିଗାଲ, ସଭାପତି ସାନୁଜ କୁମାର ବେହେରା, କୋଷଦକ୍ଷ ହେମନ୍ତ ମୁଖି ସଂଘ ଭାଇମାନଙ୍କୁ କ୍ଷମା ପ୍ରାଥନା କରିଥିଲେ l ଯାହାକି ଉଭୟ ଙ୍କ ମଧ୍ୟରେ ଥିବା ତିକ୍ତତା ଅନ୍ତ ଘଟି ସୁସମ୍ପର୍କ ସ୍ଥାପନ ହୋଇଥିଲା l ଆଗାମୀ ଦିନରେ ଏ ପରିଅମାନୁଷିକ ଘଟଣା ପୁନରାବୃତି ହୁଏ ତେବେ କାହାରିକୁ କ୍ଷମା ଦିଆଯିବ ନାହିଁ ବୋଲି ମତ ସାବ୍ୟସ୍ତ କରିଥିଲେ ଏସ ଡି ପି ଓ ଶ୍ରୀ ଯୁକ୍ତ ବିଜୟ ବିଶି l

Leave a Reply

Your email address will not be published. Required fields are marked *