ପଢିବାର ନିଶା ଆଗରେ ହାର ମାନିଛି ବୟସ। ସାମ୍ବାଦିକତା ଓ ଗଣମାଧ୍ୟମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ସ୍ନିଗ୍ଧାରାଣୀ।
ସେମିଳିଗୁଡା.ତାରିଖ ୨୯,୧,୨୦୨୫:ପଢିବାର ନିଶା ଏକ ଅଦମ୍ଯ ନିଶା।ଏ ନିଶା ଆଗରେ ବୟସ,ପରିସ୍ଥିତି,ପରିବେଶ ସବୁ ହାର ମାନିଥାଏ। ଏ କଥାକୁ ପ୍ରମାଣ କରିଦେଇଛନ୍ତି ସେମିଳିଗୁଡାର ଅବସରପ୍ରାପ୍ତ ସିଡିପିଓ ତଥା ଲିଭ ଫର ଅଦର୍ସ ସାମାଜିକ ଅନୁଷ୍ଠାନର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର। ଶ୍ରୀମତୀ ମିଶ୍ର ରାଜନୀତି ବିଜ୍ଞାନରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ତଥାପି ତାଙ୍କର ଅଧିକ ଜ୍ଞାନ ଆହରଣର ଆକାଂକ୍ଷା ଥିଲା। ତେଣୁ ଚାକିରୀ ଭିତରେ ସେ ଦିଲ୍ଲୀସ୍ଥିତ ମାନବ ଅଧିକାର ଅନୁଷ୍ଠାନରୁ ମାନବ ଅଧିକାର ଉପରେ ପିଜି ଡିପ୍ଲୋମା କରିଥିଲେ। ଏବେ ଅବସରପରେ ସେ ଓଡିଶା ଓପନ ୟୁନିଭରସିଟିରେ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ। କେନ୍ଦ୍ରିୟ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗର ବିଭାଗୀୟ ମୂଖ୍ଯ ପ୍ରଫେସର ଡକ୍ଟର ସୌରଭ ଗୁପ୍ତାଙ୍କ ଅଧୀନରେ ସେ ନିଜର ସନ୍ଦର୍ଭ ” ଶିଶୁମାନଙ୍କଉପରେ ଟେଲିଭିଜନ ବିଜ୍ଞାପନର ପ୍ରଭାବ” ପ୍ରସ୍ତୁତ କରିଥିଲେ,ଯାହାକି ପ୍ରଫେସର ମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛି। ସ୍ନାତକୋତ୍ତର ପରୀକ୍ଷାରେ ୭୫%ରଖି ଶ୍ରୀମତୀ ମିଶ୍ର କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।କୋରାପୁଟ ସରକାରୀ ମହାବିଦ୍ୟାଳୟର ପ୍ରଫେସର ଅର୍ଜୁନ ବେହେରାଙ୍କୁ ମଧ୍ଯ ସେ ସହଯୋଗପାଇଁ ଧନ୍ୟବାଦ ଜଣାଇଛନ୍ତି।ନିଜ କୃତିତ୍ବର ଶ୍ରେଷ୍ଠ ସେ ତାଙ୍କ ସ୍ବାମୀ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ପୁଅ ଚିନ୍ମୟ ଓ ସ୍ବସ୍ତିିକକୁ ଦେଇଛନ୍ତି। ଆଗକୁ ମଧ୍ଯ ସେ ଅଧ୍ୟୟନ ଜାରି ରଖିବେ ବୋଲି କହିଛନ୍ତି।