**ପକ୍ଷାଘାତ ସଚେତନା ଓ ସ୍ଵାସ୍ଥ୍ୟ ଶିବିର **
ରେଶମ ନଗରୀ ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପକ୍ଷାଘାତ ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଅଧିକ ଶୁଖିଲା, ଅଳ୍ପ, ତୈଳଯୁକ୍ତ ଖାଦ୍ୟ,କୋଲେଷ୍ଟେରଲ୍ ବୃଦ୍ଧି, ଧାତୁକ୍ଷୟ,ପରିଶ୍ରମ,ରକ୍ତଚାପ ବୃଦ୍ଧିରୁ ମୁଣ୍ଡ ଭିତରେ ରକ୍ତସ୍ରାବ ଚିନ୍ତା ଓ ଦୁର୍ଘଟଣା ଜନିତ ମୁଣ୍ଡକୁ ଆଘାତ ଲାଗି ରକ୍ତସ୍ରାବ ହେଲେ ନାଡୀତନ୍ତୁ କାର୍ଯ୍ଯକ୍ଷମତା ହରାଇ ଶରୀରର ବାମ ବା ଦକ୍ଷିଣ ଅଙ୍ଗକୁ ନିଷ୍କ୍ରିୟ କରିଦିଏ ଏହାକୁ ପକ୍ଷାଘାତ ବା ଏକାଙ୍ଗ ବାତ କୁହାଯାଏ। ବାନ୍ତି, ବିରେଚନ, ଅଭ୍ୟଙ୍ଗ, ସେକ, ନସ୍ୟ ଏହି ପଞ୍ଚକର୍ମ ଚିକିତ୍ସା ଓ ଯୋଗାସନ ସଫଳ ଚିକିତ୍ସା। ପୃଷ୍ଟିକର, ହଜମ କାରକ ଖାଦ୍ୟ ଖାଇଲେ ଚିକିତ୍ସାରେ ସହାୟତା ମିଳେ। ବିରି, ବାଇଢୁଙ୍କମଞ୍ଜି, କାଲମୂଳ, ବଜ୍ରମୂଳୀ ମୂଳ ଦଶ ଗ୍ରାମ ଲେଖାଏଁ ସିଝାଇ ନିତି ପିଇଲେ ଶୀଘ୍ର ଆରୋଗ୍ୟ ମିଳେ। ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବା ପାଇଁ ଡଃ ସାହୁ ଅନୁରୋଧ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.