ନୂତନ ବ୍ଲକ ଗଠନ ରେ ଗୁଲୁବା ପଞ୍ଚାୟତ କୁ ସାମିଲ ନ କରିବା ପାଇଁ ଗୁଲୁବା ପଞ୍ଚାୟତ ରେ ବୈଠକ ।

ନୂତନ ବ୍ଲକ ଗଠନ ରେ ଗୁଲୁବା ପଞ୍ଚାୟତ କୁ ସାମିଲ ନ କରିବା ପାଇଁ ଗୁଲୁବା ପଞ୍ଚାୟତ ରେ ବୈଠକ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ/୧/୨/୨୫ -ନୂଆଗଡ଼ ବ୍ଳକ ଅନ୍ତର୍ଗତ ସୁନ୍ଦରଡାଙ୍ଗ ପଞ୍ଚାୟତ କୁ ନୂତନ ବ୍ଳକ ସହ ନ ଯୋଡ଼ିବା ପାଇଁ ଗୁଲୁବା ପଞ୍ଚାୟତ ବାସି ଆଜି ଦିନ ୧୨ ଘଣ୍ଟ ସମୟରେ ପଞ୍ଚାୟତ ରେ ବୈଠକ ବସିବା ସହିତ ନାରା ଦେଇ ଗାଁ ପରିକ୍ରମା କରିଥିଲେ । ଯଦି ମୋହନା ବ୍ଲକ ରେ ଥିବା ଗୁଲୁବା ପଞ୍ଚାୟତ କୁ ନୂଆଗଡ ବ୍ଲକ ସୁନ୍ଦରଡାଙ୍ଗରେ ମିଶାଯାଏ ତାହେଲେ ରାଜ ରାସ୍ତା କୁ ଓଲ୍ଲାଇବୁ ବୋଲି ଚେତାବନି ଦେଇଛନ୍ତି l ଗୁଲୁବା ଗ୍ରାମବାସି ଙ୍କ ସ୍ବାର୍ଥ କୁ ଆଖି ଆଗରେ ରଖି ବିରିକୋଟ ରେ ନୂତନ ବ୍ଳକ ଗଠନ କରାଗଲେ ପଞ୍ଚାୟତ ବାସି ସମସ୍ତ ଉପକୃତ ହୋଇ ପାରିବୁ ବୋଲି ପଞ୍ଚାୟତ ର ଜନସାଧାରଣ ଙ୍କ ସହ ବୁଦ୍ଧିଜୀବି ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ANM କନକଲତା ବେହେରା,ବିଦ୍ୟାଳୟର ଶିକ୍ଷକ ଇଡିମା ରାଇକ,ସରପଞ୍ଚ ରେଜିନା ପ୍ରଧାନ, ଲାଜାର ମାଝୀ, ସମିତି ସଭ୍ୟ ଚରା ମାଝୀ, ଏଲିଅ ମାଝୀ,ଲୁକ ଗମାଙ୍ଗ,ମନ୍ଦ ମାଝୀ, ବିଗ୍ନେଶ୍ଵର ପାତ୍ର, ରାଜ କୁମାର, ନବୀନ ଦଳେଇ , ଗଧାଦର ରାଉତ ଙ୍କ ଶତାଧିକ ପଞ୍ଚାୟତ ବାସି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *