ନୂଆ ଜାତୀୟ ଶିକ୍ଷା ନୀତି ଅନୁଯାଇ ଜନକଲ୍ୟାଣ ଗୁରୁକୁଳ ଆଶ୍ରମ ରେ ପିଲାଙ୍କ ପାଠ ପଢ଼ା ନିମନ୍ତେ ଶିଶୁ ବଟିକା ଆରମ୍ବ ହେବ
ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଡାରି ଚନ୍ଦ୍ରପୁର ବ୍ଲକ ସୀମାନ୍ତ ହନୁମନ୍ତପୁର ଗ୍ରାମପଞ୍ଚାୟତ ର ତିନି ନଦୀର ସଂଗମସ୍ଥଳ ମିନାଝୋଲା ଠାରେ ବାସନ୍ତୀ ଦେବୀ ଚାରିଟେବଲ ଟ୍ରଷ୍ଟ ର ଅଧକ୍ଷ ବଲକୃଷ୍ଣ ପଣ୍ଡା ଙ୍କ ଉଦ୍ୟମ ରେ ଜନକଲ୍ୟାଣ ଆଶ୍ରମ ଗୋଡି ଉଠିଥିଲା l ଏହି ଆଶ୍ରମ ର ମୁଖ୍ୟ ବାବା ଜନକାନନ୍ଦ ଗିରି ଏହି ବିକାଶ ନିମନ୍ତେ ଶିକ୍ଷା ବହୁତ ଜରୁରୀ ମନେ କରି ବାସନ୍ତୀ ଦେବୀ ଟ୍ରଷ୍ଟ ର ଅଧକ୍ଷ ପଣ୍ଡା ଙ୍କୁ ସହିତ ଆଲୋଚନା କରି ମିନାଝୋଲା ଠାରେ ଏକ ଗୁରୁକୁଳ ଆଶ୍ରମ ନିର୍ମାଣ ନିମନ୍ତେ ଆଲୋଚନା କରି ଏକ ଗୁରକୁଳ ଆଶ୍ରମ ନିର୍ମାଣ କରି ଗତ ଶିକ୍ଷା ବର୍ଷରୁ ପିଲାଙ୍କୁ ପାଠ ପଢ଼ା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l ଏହି ଗୁରୁକୁଳ ଆଶ୍ରମ ରେ ପିଲାମାନଙ୍କୁ ମାଗଣାରେ ଶିକ୍ଷା ବ୍ୟବସ୍ତା ସହିତ ହଷ୍ଟେଲ ରେ ରହିବା ଖାଇବା ବ୍ୟତୀତ ପାଠ ପଢ଼ା ନିମନ୍ତେ ବହି ପତ୍ର ଓ ୟୁନିଫର୍ମ ମାଗଣାରେ ଯୋଗାଇଦିଆଯିବ ବୋଲି ଜନକଲ୍ୟାଣ ଟ୍ରଷ୍ଟ ର ମୁଖ୍ୟ ଜନକାନନ୍ଦ ଗିରି କହିଛନ୍ତି ସେ ପୁଣି କହିଛନ୍ତି ଯେ ଏହି ଆଶ୍ରମ ରେ ଦୈନିକ ଗୁରୁକୁଳ ପଦ୍ଧତି ଅନୁଯାଇ ଶିକ୍ଷା ପ୍ରଦାନ କରାଯିବ ବୋଲି l ଆସନ୍ତା ଶିକ୍ଷା ବର୍ଷ, 2025–26 ନିମନ୍ତେ କେବଳ ପ୍ରଥମ ଓ ଦ୍ୱତୀୟ ଶ୍ରେଣୀ ରେ ପାଠ ନିମନ୍ତେ ଛାତ୍ର ଙ୍କ ଅଭିଭାବକ ମାନେ ଦରଖାସ୍ତ କରିବା ନିମନ୍ତେ ଆଶ୍ରମ ର ମୁଖ୍ୟ ଜଣାଇଛନ୍ତି l ସୂଚନା ଯୋଗ୍ୟଯେ ଆସନ୍ତା ବର୍ଷ ରୁ ନୂଆ ଜାତୀୟ ଶିକ୍ଷା ନୀତି ଅନୁଯାଇ ଯେଉଁ ପିଲାଙ୍କ ବୟସ 1/09/2025 ସୁଦ୍ଧା 6 ବର୍ଷ ହୋଇଛି ସେହିପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖିପାରିବେ l ଯେଉଁ ପିଲାଙ୍କ ବୟସ 6 ବର୍ଷ ରୁ କମ ସେହି ପିଲା ପ୍ରି ସ୍କୁଲ ଶିଶୁ ବଟିକା ରେ ନାମ ଲେଖାଇବା ନିମନ୍ତେ ସରକାର ନୂଆ ଜାତୀୟ ଶିକ୍ଷାନୀତି ରେ ନିଦେଶନାମା ଘୋଷଣା କରିଛନ୍ତି l ଏହି ଶିଶୁ ବଟିକା ପ୍ରତ୍ୟକ ସରକାରୀ ଓ ବେସରକାରୀ ସ୍କୁଲରେ ପିଲା ନାମ ଲେଖାଇ ପାରିବେ ବୋଲି ନିର୍ଦେଶନାମା ଜାରି କରିଛନ୍ତି l ଏହି ପରିପ୍ରେକ୍ଷୀରେ ଜଣକଲ୍ୟାଣ ଗୁରୁକୁଳ ଆଶ୍ରମ ଓଡିଶା ରେ ପ୍ରଥମ ଅନୁଷ୍ଠାନ ଯିଏକି ପ୍ରି ସ୍କୁଲ ଶିଶୁ ବଟିକା କାର୍ଯ୍ୟକ୍ରମ ଆରମ୍ବ କରିବାକୁ ଯାଉଛି ବୋଲି ଏକ ପ୍ରେସ ବିବୃତି ମାଧ୍ୟମରେ ଜନକଲ୍ୟାଣ ଗୁରୁକୁଳ ଆଶ୍ରମ ର ଅଧକ୍ଷ ବାଳକୃଷ୍ଣ ପଣ୍ଡା କହିଛନ୍ତି l ସିଟ ସଂଖ୍ୟା କମ ଥିବାରୁ ପ୍ରଥମେ ଯେଉଁ ଛାତ୍ର ଦରଖାସ୍ତ କରିବେ ତାଙ୍କୁ ଗୁରୁକୁଳ ଆଶ୍ରମ ରେ ପାଠ ପଡିବା ସୁଯୋଗ ମିଳିବ ବୋଲି କହିଛନ୍ତି l ଓଡିଶା ସରକାର ଙ୍କ ଗଣ ଶିକ୍ଷା ବିଭାଗ ଙ୍କୁ ପତ୍ର ସଂଖ୍ୟା, 9373/2023 ତାରିଖ, 26/12/2023 ରେ ଶିକ୍ଷା ବର୍ଷ 2024–25 ରେ ମିନାଝୋଲା ଠାରେ ଗୁରୁକୁଳ ଆଶ୍ରମ ନାମ ରର ଏକ ସମ୍ପୂର୍ଣ୍ଣ ଆବାଷିକ ଆଶ୍ରମ ଖୋଲିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ l ସେହି ଅନୁସାରେ ଗତ ବର୍ଷ ଠାରୁ ଏହି ଜଣକଲ୍ୟାଣ ଗୁରୁକୁଳ ଆଶ୍ରମ ରେ ଶିକ୍ଷା ପ୍ରଦାନ ଆରମ୍ଭ ହୋଇଛି ବୋଲି ବାସନ୍ତୀ ଦେବୀ ଟ୍ରଷ୍ଟ ଅଧକ୍ଷ ବଲକୃଷ୍ଣ ପଣ୍ଡା କହିଛନ୍ତି l ଏହି ଚନ୍ଦ୍ରପୁର ଆଦିବାସୀ ଅଂଚଳ ରର ଶିକ୍ଷାବ୍ୟବସ୍ତା ର ଉନ୍ନତି ନିମନ୍ତେ ଏହି ଗୁରୁକୁଳ ଆଶ୍ରମ ନିର୍ମାଣ କରାଯାଇଛି ବୋଲି କହିଛନ୍ତି l ଶିଶୁ ବଟିକା ରେ ଯେଉଁ ପିଲାଙ୍କ ନାମ ଲେଖାଇବେ ସେମାନଙ୍କ ପିତା ମାତା ଗୁରୁକୁଳ ଆଶ୍ରମ ସହିତ ଯୋଗାଯୋଗ କରି ପିଲାଙ୍କ ନାମ ଲେଖାଇପାରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ