*ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ ଆଜି ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ନିର୍ବାଚନୀ ସଭା ରେ ଉଦବୋଧନ, ବିଭିନ୍ନ ସ୍ଥାନ ରେ ପଥ ପ୍ରାନ୍ତ ସଭା ରେ ଯୋଗ ଦାନ*
ନୂଆପଡ଼ା:୦୩.୦୫.୨୪( ଓମ ପ୍ରକାଶ ଚୌଧୁରୀ)ନୂଆପଡ଼ା ଜିଲ୍ଲା କୁ ଆଜି ଦିନିକିଆ ଗସ୍ତରେ ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ନିର୍ବାଚନୀ ସଭା ରେ ଉଦବୋଧନ ଦେଇଥିବା ବେଳେ ୫୯ ବର୍ଷ ରେ ବନାମ ୧୬ ବର୍ଷ ଶାସନ କୁ ସମୀକ୍ଷା କରିବାକୁ ଆହ୍ବାନ କରିଛନ୍ତି। ଅଟଳ ବିହାରୀ ବାଜପେୟଙ୍କ ୬ ବର୍ଷ ଏବଂ ମୋଦୀଙ୍କ ୧୦ ବର୍ଷ ଶାସନ ହୋଇଅଛି। ମୋଦୀ ଏବଂ ଭାରତୀୟ ଜନତା ପାର୍ଟି ଙ୍କ ସଙ୍କଳ୍ପ ସାକାର ହେବା ସହ ଦେଶରେ ବିଜେପି ଏବଂ ରାଜ୍ୟରେ ମଧ୍ୟ ବିଜେପି ସରକାର ହେବା ଜଣାପଡିଛି ପ୍ରକାଶ କରିଛନ୍ତି।ବାଜପେୟଙ୍କ ଶାସନ କୁ ଭାରତରେ ସୁଶାସନ ଦିବସ ବୋଲି ପାଳିତ ହୋଇଥାଏ ବୋଲି ପ୍ରକାଶ କରିଛନ୍ତି।
ଆଜି ବିଭିନ୍ନ ସ୍ଥାନ ରେ ପଥ ପ୍ରାନ୍ତ ସଭା ରେ ଯୋଗଦାନ କରିଛନ୍ତି। କୋମନା ବସଷ୍ଟାଣ୍ଡ ଠାରେ ନିର୍ବାଚନ ସଭା ଅନୁଷ୍ଠିତ ହୋଇଅଛି। ଏହି ସଭା ରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଯୋଗ ଦେଇଥିଲେ। କଳାହାଣ୍ଡି ଲୋକସଭା ଦଳୀୟ ପ୍ରାର୍ଥୀନୀ ମାଳବିକା ଦେବୀ ଏବଂ ନୂଆପଡ଼ା ବିଧାନସଭା ବିଜେପି ଦଳୀୟ ପ୍ରାର୍ଥି ଅଭିନନ୍ଦନ ପଣ୍ଡା ସଭାରେ ଯୋଗ ଦେଇଥିଲେ। ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ ନେଇ ଅନୁରୋଧ କରିବା ସହ ମୋଦୀ ଗ୍ୟାରେଣ୍ଟି, ୩ ହଜାର ଟଙ୍କା ଧାନ ର ସହାୟକମୂଲ୍ୟ ନେଇ ଲୋକଙ୍କ ନିକଟକୁ ଯାଉଛନ୍ତି।