*ନୂଆପଡ଼ା ଜିଲ୍ଲା ବିଭିନ୍ନ ଥାନା ରେ ସଡ଼କ ସୁରକ୍ଷା ନେଇ ସଚେତନ, ହେଲମେଟ ପିନ୍ଧିଥିବା ବାଇକ୍ ଆରୋହୀ ଙ୍କୁ ଗୋଲାପ ଫୁଲ ଦେଇ ସ୍ଵାଗତ* ନୂଆପଡା ତା:୧୩.୦୩. ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ବିଭିନ୍ନ ଥାନା ପକ୍ଷ ରୁ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ସଡ଼କ ସୁରକ୍ଷା ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ହେଲମେଟ ପିନ୍ଧିଥିବା ବାଇକ୍ ଆରୋହୀ ଙ୍କୁ ଗୋଲାପ ଫୁଲ ଦେଇ ଥାନା ଅଧିକାରୀ ମାନେ ସ୍ଵାଗତ କରିଛନ୍ତି। ସଡକ ସୁରକ୍ଷା ସଚେତନ ଏବଂ ସତର୍କତା ଅବଲମ୍ବନ ଦ୍ବାରା ସମ୍ଭବ ଅଟେ ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି।ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ, ଖରୀଆର ରୋଡ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ଏବଂ କୋମନା ଠାରେ କୋମନା ଥାନା ଅଧିକାରୀ ଯୋଗ ଦେଇ ସଚେତନ କରିଛନ୍ତି। ଗତକାଲି ଖଡିଆଳ ଥାନା ଗାଡ଼ି ଚାଳକ ଏକ ସଡ଼କ ଦୁର୍ଘଟଣାରେ ନେଇ ନିଜ ଡାହାଣ ଗୋଡ ହରାଇ ଥିବା ବେଳେ ଦୁର୍ଘଟଣା ଦ୍ବାରା ପରିବାର ବିଶେଷ ରୂପେ ପ୍ରଭାବିତ ହୋଇଅଛି। ତେଣୁ ସଚେତନ ଦ୍ବାରା ଏହି ଦୁର୍ଘଟଣା କୁ ଏଡାଇ ଦିଆଯାଇ ପାରିବ।
