ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ନୂଆପଡା ତା:୦୮.୦୨. ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ କଲ୍ୟାଣ ମଣ୍ଡପ ଦୁଇ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ବୈଠକ ରେ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଯୋଗ ଦେଇ ମହିଳା ମାନେ ଶିକ୍ଷିତ ଏବଂ ସଚେତନ ହେଲେ ଗ୍ରାମ, ସହର ଏବଂ ରାଜ୍ୟ ଦେଶ ଉନ୍ନତି ହେବ, ବିକଶିତ ଭାରତ ଗଠନ ସଂକଳ୍ପ ନେବା ପାଇଁ ଆହ୍ବାନ କରିଥିଲେ। ସଭାରେ ଉତ୍କଳ ବାଲା ଶ୍ରମ ଅଧ୍ୟକ୍ଷ ଅର୍ଚ୍ଚନା ପାଢୀ ଯୋଗ ଦେଇଥିବା ବେଳେ ଏନ୍ ଏ ସି ନିର୍ବାହୀ ଅଧିକାରୀ ସ୍ବାଧୀନ ମହାରଣା, ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାଏକ ଉପାଧ୍ୟକ୍ଷ ଶକୁନ୍ତଳା ରାଉତ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ। ମହିଳା ମାନେ ନିଜ ପରିବାର ଏବଂ ସମାଜ ରେ ନିଷ୍ପତ୍ତି ନେବା ଅଧିକାର ପାଇଥିବା ବେଳେ ପ୍ରତ୍ୟେକ କ୍ଷେତ୍ର ରେ ତାଙ୍କ ଅଗ୍ରାଧିକାର ରହିଅଛି। ସେମାନେ ନିଜ ଆଧିପତ୍ୟ ମଧ୍ୟ ଜାହିର କରିଛନ୍ତି। ସଭାର ସମସ୍ତ ସାମ୍ବାଦିକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ମାନେ ଯୋଗ ଦେଇଥିବା ବେଳେ ମହିଳା ସ୍ଵଚ୍ଛାସାଥି ଙ୍କୁ ଏହି ମହିଳା ଦିବସ ଉପଲକ୍ଷେ ସମ୍ବର୍ଦ୍ଧିତ କରିଥିଲେ।