ନୂଆପଡ଼ା ଜିଲ୍ଲା ଖଡିଆଳ ତାଳୁକ ସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଆଇନ ସଚେତନ ସଭା, ଆନ୍ତର୍ଜାତିକ ମହିଳା ଦିବସ ପାଳିତ

*ନୂଆପଡ଼ା ଜିଲ୍ଲା ଖଡିଆଳ ତାଳୁକ ସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଆଇନ ସଚେତନ ସଭା, ଆନ୍ତର୍ଜାତିକ ମହିଳା ଦିବସ ପାଳିତ*

ନୂଆପଡା ତା:୦୮.୦୨. ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ଖଡିଆଳ ତାଳୁକ ସ୍ତରୀୟ ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଆଇନ ସଚେତନ ସଭା, ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ତାଳୁକ ସ୍ତରୀୟ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ସବ ଜର୍ଜ ଖଡିଆଳ ଇସା ପତି ଅଧ୍ୟକ୍ଷତା କରିଥିବା ବେଳେ ବେଳେ ସଭାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସମୀକ୍ଷା ସା , କଲେଜ ଅଧ୍ୟକ୍ଷ ଲିଜା ଆଚାର୍ଯ୍ୟ, ତାଲୁକ୍ ସ୍ତରୀୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ଡ଼.ରାମ ଚନ୍ଦ୍ର ମିଶ୍ର, ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଡ଼. ଫାନିନ୍ଦମ୍ ଦେଓ, ଏଡିସନାଲ ପିପି ବାଞ୍ଛାନିଧି ବେହେରା, ଟ୍ରେନର ଟିକେଶ୍ୱର୍ ବେହେରା ପ୍ରମୁଖ ଯୋଗ ଦେଇ ନାରୀ ସ୍ବାଧିନତା, ନାରୀ କୁ ନ୍ୟାୟ ପ୍ରଦାନ ସହ ଏବଂ ନାରୀ ହିଂସା ହୁରିଭୂତ ହେବା କେବଳ ସଚେତନ ଦ୍ବାରା ସମ୍ଭବ ଅଟେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। କଲେଜ୍ ଅଧ୍ୟାପିକା ଅଧ୍ୟାପକ, ଛାତ୍ରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *