ନୂଆପଡ଼ା ଜିଲ୍ଲା କୋମନା ତହସିଲ କାର୍ଯ୍ୟାଳୟ ରେ ବ୍ୟାପକ ଅନିୟମିତତା,

*କୋମନା ତହସିଲ କାର୍ଯ୍ୟାଳୟ ରେ ବ୍ୟାପକ ଅନିୟମିତତା, ବାସସ୍ଥାନ ଏବଂ ଜାତି ଗତ ପ୍ରମାଣ ପତ୍ର ପାଇବା ନେଇ ସମସ୍ୟା*

ନୂଆପଡ଼ା ଜିଲ୍ଲା(ଓମ୍ ପ୍ରକାଶ ଚୌଧୁରୀ) କୋମନା ତହସିଲ କାର୍ଯ୍ୟାଳୟ ରେ ବ୍ୟାପକ ଅନିୟମିତତା, ବାସସ୍ଥାନ ଏବଂ ଜାତି ଗତ ପ୍ରମାଣ ପତ୍ର ପାଇବା ନେଇ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ଆସୁଅଛି। ବିଶେଷ ରୂପେ ଛାତ୍ର ଛାତ୍ରୀ, ବିଦ୍ୟାର୍ଥୀ ମାନେ ନିଜ ଉଚ୍ଚ ଶିକ୍ଷା ପାଇଁ ନାମ ଲେଖା ପର୍ବ ଆରମ୍ଭ ହେଉଥିବା ବେଳେ ବିଭିନ୍ନ ପ୍ରମାଣ ପତ୍ର ନେଇ ତହସିଲ କାର୍ଯ୍ୟାଳୟ ରେ ନିର୍ଭରଶୀଳ। ଅନ ଲାଇନ୍ ରେ ପ୍ରମାଣ ପତ୍ର ପାଇ ଆବେଦନ କରୁଥିବା ବେଳେ ରାଜସ୍ବ ନିରୀକ୍ଷକ ଙ୍କ ପାଖକୁ ରିପୋର୍ଟ ପାଇଁ ଯାଇଥାଏ।ସେଠାରୁ ତଦନ୍ତ କରି ସରକାରୀ ଅଧିକାରୀଙ୍କ ସ୍ବୀକୃତି ପରେ ପ୍ରମାଣ ପତ୍ର ବାହାରେ। କାହିଁକି ପ୍ରମାଣ ପତ୍ର ପ୍ରଦାନ ରେ ବିଳମ୍ୱ ହେଉଅଛି ତାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ସେବା ଅଧିକାର ପ୍ରଦାନ ରେ ବିଳମ୍ୱ ନେଇ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି ।

Leave a Reply

Your email address will not be published. Required fields are marked *