ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

*ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ*

(ଓମ୍ ପ୍ରକାଶ ଚୌଧୁରୀ)ତା:୧୯.୦୬. ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଆଯିଅଛି। ଆସନ୍ତା ଜୁନ ୨୧ ତାରିଖ ଦିନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ପାଇଁ ପ୍ରସ୍ତୁତି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା ଅଧ୍ୟକ୍ଷତା କରିଥିଲେ। ସକାଳ ୬ ଘଣ୍ଟା ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି। ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ଯୋଗ ଦିବସ ପାଳନ ହେବାକୁ ଥିବା ବେଳେ ନୂଆପଡ଼ା ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପବିତ୍ର ଯୋଗେଶ୍ୱର ଶିବ ମନ୍ଦିର ପତୋରା ଠାରେ ଅନୁଷ୍ଠିତ ହେବ। ସେହିପରି ନୂଆପଡ଼ା ମିନି ଷ୍ଟାଡିୟମ ଠାରେ ନୂଆପଡ଼ା ଏନଏସି ପକ୍ଷ ରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେବା ନେଇ ବୈଠକ ରେ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ରାଜ୍ୟ ପ୍ରତିନିଧି ରୂପେ ଜଣେ ଲେଖାଏଁ ଅତିଥି ପ୍ରତ୍ୟେକ ଜିଲ୍ଲା କୁ ଯାଇ ଆନ୍ତର୍ଜାତିକ ଯୋଗ ଦିବସ ରେ ସାମିଲ ହେବେ। ବୈଠକ ରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜିବୀ ପ୍ରସନ୍ନ ପାଢୀ, ନୂଆପଡ଼ା ଏନଏସି ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ଦଣ୍ଡସେନା

Leave a Reply

Your email address will not be published. Required fields are marked *