ନୁଆ ଭାରତୀୟ ନ୍ୟାୟ ସଂହିତା ଉପରେ ସଚେତନ କଲେ ଏସ୍ପି ଗଞ୍ଜେଇ ଚାଷ ବନ୍ଦ ନହେଲେ ସଂପୃକ୍ତ ପଞ୍ଚାୟତ ପ୍ରତିନୀଧି ବି ଦାୟୀ ରହିବେ ଆର,ଉଦୟଗିରି(ମନୋଜ କୁମାର ପପାଢୀ)-: ଗଜପତି ଜିଲ୍ଲାର ଆର,ଉଦୟଗିରି ଥାନା ଗଞ୍ଜେଇ ଚାଷ ବନ୍ଦ ନହେଲେ ଅଞ୍ଚଳର ସରପଞ୍ଚମାନେ ଦାୟୀ ରହିବେ । ଏ ନେଇ ଗଜପତି ଏସ୍ପି ସ୍ବାତୀ ଏସ୍. କୁମାର ଗଞ୍ଜେଇ ଚାଷ ରୋକିବାକୁ ଏକ ସଚେତନତା ବୈଠକରେ ସରପଞ୍ଚମାନଙ୍କୁ ଏଭଳି ଭାବେ ତାଗିଦ୍ କରିଥିଲେ । ଶୁକ୍ରବାର ଆର,ଉଦୟଗିରି ଥାନା ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆର,ଉଦୟଗିରି ଥାନା ଅଞ୍ଚଳର ଗଞ୍ଜେଇ ଚାଷ ହେଉଥିବା ସମସ୍ତ ସରପଞ୍ଚ ଏଥିରେ ଯୋଗଦେଇଥିଲେ । ନୂଆ ଭାରତୀୟ ନ୍ୟାୟ ସଂହିତାରେ ସଂଶୋଧିତ ଆଇନର ଦଫା ୪୭ ଅନୁସାରେ ଯେଉଁ ଯେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଛି ସେହି ପଞ୍ଚାୟତର ସରପଞ୍ଚମାନେ ମଧ୍ୟ ଦାୟୀ ରହିବେ ଏବଂ ସେମାନଙ୍କ ବିରୋଧରେ ନୂଆ ଆଇନି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତି ବିଶେଷଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଛି । ଗତବର୍ଷ ଠାରୁ ଏନେଇ ସତର୍କ କରାଯାଇଛି । ତେଣୁ ସରପଞ୍ଚମାନେ ବାରମ୍ବାର ନିଜ ପଞ୍ଚାୟତରେ ସଚେତନ ବୈଠକ କରାଇବେ, ପ୍ରମାଣସ୍ବରୂପ ଏଗୁଡିକର ଫଟୋ ଏବଂ ଭିଡିଓ ପୁଲିସକୁ ଦାଖଲ କରିବେ । ତଥାପି ଯଦି କେହି ପୁଣି ଗଞ୍ଜେଇ ଚାଷ କରେ ତେବେ ସୂଚନା ପୁଲିସ ପାଖରେ ପହଞ୍ଚାଇବେ ନଚେତ ବେଆଇନ ଚାଷକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ପି କଡା ଚେତାବନୀ ଦେଇଥିଲେ । ବିଶେଷ କରି ଗଜପତି ଜିଲ୍ଲାର ମୋହନା , ଅଡବା ଓ ଆର,ଉଦୟଗିରି ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହେଉଛି । ଏଣୁ ଏଥିର ପୁଲିସ ନୁହେଁ ବରଂ ସରପଞ୍ଚମାନେ ଗଞ୍ଜେଇ ଚାଷ ନଷ୍ଟ କରି ଅନ୍ୟାମାନଙ୍କ ପାଇଁ ଉଦାହରଣ ସାଜନ୍ତୁ ବୋଲି ଏସ୍ପି ବୈଠକରେ ସରପଞ୍ଚମାନଙ୍କୁ ଆହ୍ବାନ ଦେଇଥିଲେ । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ସହ ଡ୍ରୋନ୍ ମଧ୍ୟ ଜିଲ୍ଲାକୁ ଆସିଯାଇଛି । ୫ କିଲୋମିଟର ପରିଧି ମଧ୍ୟରେ ଯାହା କିଛି ଗଞ୍ଜେଇ ଚାଷ ହେଉଥିବା ଡ୍ରୋନ୍ ଜରିଆରେ ଅନୁଧ୍ୟାନ କରି ଏହି ଚାଷକୁ ସମୂଳେ ନଷ୍ଟ କରାଯିବ । କିଛିଦିନ ପରେ ପୁଣି ସମ୍ବଲପୁର ଠାରେ ୬ଟି ପଞ୍ଚାୟତର ଲୋକମାନଙ୍କୁ ନେଇ ଗଞ୍ଜେଇ ଚାଷ ନ କରିବାକୁ ସଚେତନତା ଶିବିର ଅନୁଷ୍ଠିତ କରାଯାଇ ଲୋକେ ଗଞ୍ଜେଇ ଚାଷରୁ ନିବ୍ରତ ରହିବାକୁ ଶିବିର ଲୋକଙ୍କୁ ବୁଝାଯିବ ବୋଲି ସୁନ୍ଦରଡାଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରେମୀ ମାଝୀ କହିଛନ୍ତି ।
Related Posts
ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷଙ୍କ ବୈଠକ ଓ ନୂତନ କର୍ମକର୍ତା ଘୋଷିତ
ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷଙ୍କ ବୈଠକ ଓ ନୂତନ କର୍ମକର୍ତା ଘୋଷିତ ରାୟଗଡା :ଗତ କାଲି ତା ୪ରିଖ ୧୧.୦୦ ଘଣ୍ଟିକା ସମୟରେ…
ଦେଖିବାକୁ ଆସି ସାଙ୍ଗ ଗ୍ରାମକୁ ଫେରିବାବେଳେ ଗଛରେ ଧକ୍କା ହେଲା ଅଟୋ ଜଣେ ମୃତ
ଦେଖିବାକୁ ଆସି ସାଙ୍ଗ ଗ୍ରାମକୁ ଫେରିବାବେଳେ ଗଛରେ ଧକ୍କା ହେଲା ଅଟୋ ଜଣେ ମୃତ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଆର,ଉଦୟଗିରି ଥାନା…
ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ “ଉତ୍ସାହ” ଓ “ମହକ” କାର୍ଯ୍ୟକ୍ରମ ଅନୁଷ୍ଠିତ
ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ “ଉତ୍ସାହ” ଓ “ମହକ” କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି(ମନୋଜ କୁମାର ପାଢୀ) ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ,ଗଜପତି…