ନୁଆଗଡ ବ୍ଳକରେ ୭୮ତମ ସ୍ବାଧିନତା ଦିବସ ପାଳିତ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡ ବ୍ଳକର ବିଭିନ୍ନ ସ୍ଥାନର ୭୮ତମ ସ୍ବାଧିନତା ଦିବସ ମହାଆଡମ୍ବରରେ ପାଳିତ ହୋଇଥିଲା । ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ସ୍ଥାନୀୟ ଲକ୍ଷ୍ମୀ ନୃସିଂହ ନୋଡଲ ବିଦ୍ୟାପୀଠ ନୁଆଗଡ ଗଜପତି ଠାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ମହାସମାରୋହ ତଥା ଅନନ୍ଦ ଓ ଉତ୍ସାହର ସହିତ ଚଳିତ ୧୫ ଅଗଷ୍ଟ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶେଷ ମାନ୍ୟଗଣ୍ୟ ବକ୍ତି ତଥା ନୁଆଗଡ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତି ମାଳତୀ ପ୍ରଧାନ, ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଶବର, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲିଙ୍ଗରାଜ କାର୍ଯ୍ୟୀ , ସ୍ଥାନୀୟ କାନାରା ବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳନ ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଣିଗ୍ରାହୀ ଏବଂ ତାଙ୍କର ସହକାରୀ କର୍ମଚାରୀ ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଅନ୍ୟାନ୍ୟ ଭଦ୍ରବ୍ୟକ୍ତିମାନେ ଉକ୍ତ ଉତ୍ସବରେ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ସାହୁ , ଶୀଯୁକ୍ତ ଯଶୋବନ୍ତ ରଇତ ଏବଂ ଶ୍ରୀଯୁକ୍ତ ବସନ୍ତ କୁମାର ସିଂଙ୍କ ସୁନ୍ଦର ଭାବେ ସଭା ପରିଚାଳନା କାର୍ଯ୍ୟକୁ ଆଗେଇ ନେଇଥିଲେ । ବିଦ୍ୟାଳୟ କିରାଣୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶିଲଙ୍କ ଦେଶାତ୍ମକବୋଧ ପ୍ରାରମ୍ଭକ ସଙ୍ଗୀତରେ ଉତ୍ସବକୁ ଦ୍ବିଗୁଣିତ କରିଥିଲା । ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମାନ ଆୟୋଜ କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କାରାଯାଇଥିଲା । ବିଶେଷ କରି ଉକ୍ତ ଉତ୍ସବରେ ବିଦ୍ୟାଳୟର sc\st ବର୍ଗର ଛାତ୍ରୀ ମାନଙ୍କୁ ଯେଉଁମାନେକି ୫ମ ରୁ ୧୦ମ ଶ୍ର୍ରେଣୀ ପର୍ଯ୍ୟନ୍ତ ବାଶିକ ପରିକ୍ଷାରେ ଅଧିକ ମାର୍କ ରଖି ପରବତ୍ତୀ ଶ୍ରେଣୀକୁ ଉତ୍ତିନ ହୋଇଥିବା ଛାତ୍ରୀମାନକୁ ଡ. ଆମ୍ବେଦକର ବିଦ୍ୟାଯୁତି ବୁତିରାଶି ଯଥା ୩ହଜାର ଓ ୫ହଜାର ଟଙ୍କା ସେହି ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ । ପି. ପ୍ରମୋଦିନୀ ଦଳବେହେରା (୫ଶ୍ରେଣୀ) , ଲେରିକା ଶବର ଶବର(6ଶ୍ରେଣୀ), ଉନିକି ମଣ୍ଡଳ(7ଶ୍ରେଣୀ), ଉମିଳା ବେହେରା( 8ଶ୍ରେଣୀ), ଚାମେଲି ଦଳବେହେରା(9ଶ୍ରେଣୀ), ସୁସଚିତା ଗମାଙ୍ଗ(10ଶ୍ରେଣୀ), ଏମାନଙ୍କୁ ଯଥାକ୍ରମେ ପଞ୍ଚମ, ଷଷ୍ଠ, ସପମ ଶ୍ରେଣୀ ପାଇଁ 3000 ଟଙ୍କା ଓ ଅଷ୍ଟମ, ନବମ, ଦଶମ ଶ୍ରେଣୀ ପାଇଁ ୫୦୦୦/ ଟଙ୍କା ଲେଖାଏ କାନାରା ବ୍ୟାଙ୍କ ମୁମ୍ୟ ଶାଖା ପରିଚାଳିକ ଶ୍ରୀଯୁକ୍ତ ପାଣିଗ୍ରାହୀ ଦ୍ବାରା DBT ଜରିଆରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଅନେକ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସଭା ମଣ୍ଡପଟି ଅତ୍ୟନ୍ତ ମୁଖରିତ ହୋଇଥିଲା । ପରିଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ସିଂଙ୍କ ଧନ୍ୟବାଦ ଅପଣପରେ ହଭାସାଙ୍ଗ କରାଯାଇଥିଲା।
Related Posts

ଜରୁରୀ କାଳୀନ ସମୟରେ ଉଦ୍ଧାର ପାଇଁ ମକ ଡ୍ରିଲ ଅନୁଷ୍ଠିତ
ଜରୁରୀ କାଳୀନ ସମୟରେ ଉଦ୍ଧାର ପାଇଁ ମକ ଡ୍ରିଲ ଅନୁଷ୍ଠିତରାୟଗଡା : ଜରୁରୀକାଳୀନ ସମୟରେ ଉଦ୍ଧାର କାର୍ଯ୍ୟ ପରିଚାଳନା ଏବଂ ପ୍ରସ୍ତୁତି ସମ୍ବନ୍ଧରେ ସଚେତନତା ସୃଷ୍ଟି ନିମିତ୍ତ…

R. Padma winning the Bronze 🥉 Medal in the Khelo India Women’s Wushu League.Honour the Koraput District with pride. With gratitude to the district sports authority and Here coach Mithun Chakraborty.
Koraput: A source of pride for the Combat Sports Academy (CSA) and the Koraput District Wushu Association (KDWA) associations.R. Padma…

ମହେନ୍ଦ୍ରଗିରି ଠାରେ ସୂର୍ଯ୍ୟ ଉଦୟ ଦେଖିବାକୁ ଏକତ୍ରିତ ହେଲେ ଲକ୍ଷାଧିକଭକ୍ତ।
ମହେନ୍ଦ୍ରଗିରି ଠାରେ ସୂର୍ଯ୍ୟ ଉଦୟ ଦେଖିବାକୁ ଏକତ୍ରିତ ହେଲେ ଲକ୍ଷାଧିକଭକ୍ତ। ଆର, ଉଦୟଗିରି- (ମନୋଜ ପାଢୀ)ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ଅବସ୍ଥିତ ପବିତ୍ର ମହେନ୍ଦ୍ରଗିରି ଠାରେ…