ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରୀ, ବିବାହ ବାର୍ଷିକୀ ଅବସରରେ ରକ୍ତ ଦାନ ଶିବିର ୬୪ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରୀ, ବିବାହ ବାର୍ଷିକୀ ଅବସରରେ ରକ୍ତ ଦାନ ଶିବିର ୬୪ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୧୮-୦୨-୨୦୨୫ରିଖ (ମଙ୍ଗଳ ବାର) ବରଗଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ଗ୍ରାମ ରେ ଶୃତୀ ଓ ଶୁଭ୍ରାଂଶୁ ଙ୍କ ୭ତମ ବିବାହ ବାର୍ଷିକୀ ଅବସରରେ ସରାଫ ପରିବାର, ଗୋବିନ୍ଦ ପୁର ଗ୍ରାମବାସୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ନିଷ୍ଠା ପରିବାର ର ୫୧ଦିନ ଧରି ଚାଲିଥିବା ରେଡ ଡ୍ରପ ଅଲଟ୍ରା ମାରାଥନ ର ଅଣନ୍ଚାସ (୪୯) ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଶୁଭ୍ରାଂଶୁ ସରାଫ ଙ୍କ ବାପା ଗୌରାଙ୍ଗ ସରାଫ ମାଁ ସବିତା ସରାଫ ମୁଖ୍ୟ ଅତିଥି ଭାବରେ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ନିଜ ବିବାହ ବାର୍ଷିକୀ ରେ ଶୁଭ୍ରାଂଶୁ ସରାଫ ଓ ତାଙ୍କ ଧର୍ମ ପତ୍ନୀ ମମତା(ଶୃତୀ) ସରାଫ ଉଭୟେ ରକ୍ତ ଦାନ କରିବା ସହିତ ଅନ୍ୟ ମାନଙ୍କୁ ରକ୍ତ ଦାନ ପାଇଁ ଉତ୍ସାହିତ କରିଥିଲେ। ନିଜ ବିବାହ ବାର୍ଷିକୀ ରେ ଖୁବ ଧୁମ୍ ଧାମ୍ ର ସହିତ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ ପୁରା ସରାଫ ପରିବାର।ଏହି ଶିବିର ରୁ ପାଞ୍ଚ ଯୋଡା ଦମ୍ପତ୍ତି ଙ୍କ ସମେତ ସର୍ବମୋଟ ୬୪ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିର କୁ ଶ୍ରୀବତ୍ସ ପ୍ରଧାନ, ଅମିତ ଭୋଇ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା,ସହଯୋଗୀ ,ଶୁଭେଛୁ, ଗୋବିନ୍ଦପୁର ଗ୍ରାମବାସୀ ବିଶେଷ କରି ସରାଫ ପରିବାର ର ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ।ଶୁଭ୍ରାଂଶୁ ଓ ଶୃତୀ ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ବିବାହ ବାର୍ଷିକୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

Leave a Reply

Your email address will not be published. Required fields are marked *