51DAY’S RED DROP ULTRA MARATHON DAY-48,CAMP-52—————————————–
ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରୀ,
ସାହ୍ଲେପାଲି ଗ୍ରାମ ରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୧୭-୦୨-୨୦୨୫ରିଖ (ସୋମ ବାର)ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅରେଇ ଗୁଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହ୍ଲେପାଲି ଗ୍ରାମ ରେ ସାହ୍ଲେପାଲି ଯୁବଗୋଷ୍ଠୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ନିଷ୍ଠା ପରିବାର ର ୫୧ଦିନ ଧରି ଚାଲିଥିବା ରେଡ ଡ୍ରପ ଅଲଟ୍ରା ମାରାଥନ ର ଅଡଚାଲିଶ ଦିନ (୪୮) ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସରପଞ୍ଚ ପ୍ରତିନିଧି ରୁଦ୍ରନାରାୟଣ ସାହୁ, ସରୋଜ ବାରିକ, ସମାଜସେବୀ ବଂଶୀଧର ବେହେରା ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୩୬ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିର କୁ ବାଲମକୁନ୍ଦ ଭୋଇ, ତରଣୀସେନ ଭୋଇ, ସୁରେନ୍ଦ୍ର କଠାର, ସାହ୍ଲେପାଲି ଯୁବଗୋଷ୍ଠୀ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା,ସହଯୋଗୀ ,ଶୁଭେଛୁ, ସାହ୍ଲେପାଲି ଯୁବଗୋଷ୍ଠୀ ଓ ସାହ୍ଲେପାଲି ଗ୍ରାମବାସୀ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।#ରକ୍ତର_ଗ୍ରହୀତା_ରକ୍ତଦାତା_ଦୁହେଁ_ଏ_ଭୁବନେ_ଭାଗ୍ୟବନ୍ତ#

