ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ ଗାଇସିମା ରେ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ ଗାଇସିମା ରେ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୨୧-୦୧-୨୦୨୫ରିଖ (ମଙ୍ଗଳ ବାର)ବରଗଡ଼ ବ୍ଲକ ଗାଇସିମା ଗାଁ ଠାରେ ନିଷ୍ଠା ପରିବାର ର ସକ୍ରୀୟ ସଦସ୍ୟ ଝସକେତନ ସାହୁ ଙ୍କ ମାଁ ଗୋପି ସାହୁ ଙ୍କ ୮୦ତମ ଜନ୍ମ ଦିନ ଅବସରରେ ନିଷ୍ଠା  ପରିବାର ର ରେଡ ଡ୍ରପ ମାରାଥନର ଏକୋଇଶ ଦିନରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଗୋପି ସାହୁ ଓ ତାଙ୍କ ଦୁଇ ପୁଅ ଧବଳେଶ୍ଵର ସାହୁ ଓ ଝସ କେତନ ସାହୁ ମିଶି ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୩୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ନିଜ ମାଁ ର ୮୦ତମ ଜନ୍ମ ଦିନ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରି ପୁରା ସାହୁ ପରିବାର ବେଶ ଉତ୍ସାହିତ।ସମସ୍ତ ରକ୍ତଦାତା,ସହଯୋଗୀ,ଶୁଭେଛୁ ଓ ସାହୁ ପରିବାର ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ଏହି ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *