ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ରକ୍ତଦାନ ଶିବିର ଜାରି ଗୋଟିଏ ଦିନରେ ଦୁଇଟି ରକ୍ତ ଦାନ ଶିବିର ରୁ ୮୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୨୦-୦୧-୨୦୨୫ରିଖ (ସୋମ ବାର)ବରଗଡ଼ ବ୍ଲକ ତୋରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନନ୍ଦ ଟିକ୍ରା ଠାରେ ନିଷ୍ଠା ପରିବାର ର ସକ୍ରୀୟ ସଦସ୍ୟ ପ୍ରଦୀପ ନନ୍ଦ ଙ୍କ ପୁଅପିୟୁଷ ର ଶୁଭ ବ୍ରତୋପନୟନ ଅବସର ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର କୋଡ଼ିଏ ଦିନରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ପ୍ରଦୀପ ନନ୍ଦଙ୍କ ବାପା ଆନନ୍ଦ ନନ୍ଦ,ମାଁ ଶାନ୍ତି ଲତା ନନ୍ଦ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୩୩ୟୁନିଟ ରକ୍ତ ସମ୍ୱଲପୁର ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଠିକ ସେହିପରି ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ଠାରେ ନିଷ୍ଠା ପରିବାର ର ସକ୍ରୀୟ ସଦସ୍ୟ ନିବୃତ ପଣ୍ଡା ଙ୍କ ପୁଅ ଅନିକ ର ଶୁଭ ବ୍ରତୋପନୟନ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ପଣ୍ଡା ପରିବାର ର ମୁଖ୍ୟ ଭାଗିରଥି ପଣ୍ଡା ଓ ସୁଶାନ୍ତ ପଣ୍ଡା ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୫୫ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ରକ୍ତ ଦାନ ଶିବିର ରୁ ସର୍ବମୋଟ ୮୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ସମସ୍ତ ରକ୍ତଦାତା,ସହଯୋଗୀ,ଶୁଭେଛୁ, ନନ୍ଦ ପରିବାର ଓ ପଣ୍ଡା ପରିବାର ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ଉଭୟ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।