ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ କିଶୋରୀ ନର୍ସିଂ ହୋମରେ ଦ୍ଵିତୀୟ ଦିନରେ ୪୭ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ କିଶୋରୀ ନର୍ସିଂ ହୋମରେ ଦ୍ଵିତୀୟ ଦିନରେ ୪୭ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ :-୨,୧- (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା କିଶୋରୀ ନର୍ସିଂ ହୋମ ଠାରେ ନିଷ୍ଠା ପରିବାର ତରଫ ରୁ ଆୟୋଜିତ ରେଡ ଡ୍ରପ ମାରାଥନ ର ଦ୍ଵିତୀୟ ଦିନ କିଶୋରୀ ନର୍ସିଂ ହୋମ, ଅର୍ଟ ଅଫ ଲିଭିଂ ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରକୁ ଡାକ୍ତର ପି.ଏଲ ତ୍ରିପାଠୀ, ସ୍ନିଗ୍ଧା ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ବାନୀତ ଅତିଥି ଭାବରେ ଡାକ୍ତର ଅଶ୍ୱିନୀ ଭୋଇ,ଡାକ୍ତର ପି କେ ଦାଶ,ଡାକ୍ତର ଶୀତଳ ଅଗ୍ରୱାଲ ଓ ଅନୁପ ଦର୍ଜୀ ଯୋଗ ଦେଇ ନିଜେ ରକ୍ତ ଦେବା ସହ ଅନ୍ୟ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର ରୁ ବରଗଡ଼ ରକ୍ତ ଦ୍ଵାରା ୧୦ ଜଣ ମହିଳା ରକ୍ତ ଦାତା ଙ୍କ ସମେତ ୩୭ଜଣ ପୁରୁଷ ରକ୍ତ ଦାତା ସର୍ବମୋଟ ୪୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ଶିବିର ର ହିଁ ସୁପରିଚାଳନା କରିଥିଲେ। ନିଷ୍ଠା ପରିବାର ତରଫ ରୁ କିଶୋରୀ ନର୍ସିଂ ହୋମ ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ଙ୍କୁ ହୃଦୟ ରୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *