ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ ଗାଇସିମା ଗ୍ରାମରେ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

RED DROP MARATHON DAY-31,CAMP-34—————————————–ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ ଗାଇସିମା ଗ୍ରାମରେ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୩୧-୦୧-୨୦୨୫ରିଖ (ଶୁକ୍ର ବାର) ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସିମା ଗ୍ରାମ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ଏକ ତିରିସ (୩୧)ଦିନରେ ଆର୍ଟ ଅଫ ଲିଭିଂ ପରିବାର ବରଗଡ଼ ଓ ଗାଇସିମା ଗ୍ରାମବାସୀ ଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ବରଗଡ଼ ର ଜଣାଶୁଣା ଡାକ୍ତର ଅଶ୍ୱିନୀ ଭୋଇ, ଅନୁପ ଦର୍ଜି, ଗାଇସିମା ଯୁବ ସରପଞ୍ଚ ଧିରେନ ମହାପାତ୍ର ଓ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ ଦୂର୍ବାଦଲ ଷଡଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୩୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ରେଡ ଡ୍ରପ ମାରାଥନ ରେ ବହୁତ ଉତ୍ସାହ ର ସହିତ ରକ୍ତ ଦାତା ମାନେ ରକ୍ତ ଦାନ କରିଥିଲେ ।ନିଷ୍ଠା ପରିବାର ତରଫ ରୁ ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ, ଆର୍ଟ ଅଫ ଲିଭିଂ ପରିବାର ଓ ଗାଇସିମା ଗ୍ରାମବାସୀ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।

Leave a Reply

Your email address will not be published. Required fields are marked *