ନିଷ୍ଠା ପରିବାର ଦ୍ଵାରା ଆୟୋଜିତ ୫୧ଦିନିଆଁ ରେଡ ଡ୍ରପ ଅଲ୍ଟ୍ରା ମାରାଥନ ଉଦଯାପିତ ସର୍ବମୋଟ ୨୭୭୨ୟୁନିଟ ରକ୍ତ ସଂଗୃହୀତ..

ନିଷ୍ଠା ପରିବାର ଦ୍ଵାରା ଆୟୋଜିତ ୫୧ଦିନିଆଁ ରେଡ ଡ୍ରପ ଅଲ୍ଟ୍ରା ମାରାଥନ ଉଦଯାପିତ ସର୍ବମୋଟ ୨୭୭୨ୟୁନିଟ ରକ୍ତ ସଂଗୃହୀତ…

ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୨୦-୦୨-୨୦୨୫ରିଖ (ଗୁରୁ ବାର)ଭାରତ ରେ ପ୍ରଥମ ଥର ପାଇଁ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଦ୍ଵାରା ଆୟୋଜିତ ୫୧ଦିନିଆଁ ରେଡ ଡ୍ରପ ଅଲ୍ଟ୍ରା ମାରାଥନ ର ଆଜି ଉଦଯାପନି ଦିବସ ରେ ବରଗଡ଼ ବ୍ଲକ ଅନ୍ତର୍ଗତ ତାଲଶ୍ରିଗିଡା ଗ୍ରାମ ରେ ଜୀବନ ସଂଯୋଗ ଅନୁଷ୍ଠାନ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ଉମେଶ ଚନ୍ଦ୍ର ବିଶ୍ବାଳ,ସାମ୍ବାଦିକ ପ୍ରଦୀପ ପାଢ଼ୀ,ସ୍ଥାନୀୟ ସରପଞ୍ଚ ରିକନ୍ ସାହୁ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିରର ଶୁଭାରମ୍ଭ କରିଥଲେ। ସର୍ବମୋଟ ୪୩ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିର କୁ ଜୀବନ ସଂଯୋଗ ଅନୁଷ୍ଠାନ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ଠିକ ସେହିପରି ରେଡ ଡ୍ରପ ଅଲ୍ଟ୍ରା ମାରାଥନ ର ଅନ୍ତିମ ଦିନ ରେ ଦ୍ଵିତୀୟ ତଥା ଅନ୍ତିମ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ନିଷ୍ଠା ଭବନ,ଆନ୍ଧ୍ର କେମ୍ଫ ,ଖଣ୍ଡହଥା ଠାରେ ଅନୁଷ୍ଠିତ ହୋଇଥିଲା। ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ବେଶ ଉତ୍ସାହ ର ସହିତ ରକ୍ତ ଦାନ କରି ଅନ୍ତିମ ଦିନକୁ ସ୍ମରଣୀୟ କରିଥଲେ। ଏହି ଶିବିର କୁ ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମ୍ପୂର୍ଣ୍ଣ ୫୧ଦିନରେ ୫୬ ଗୋଟି ରକ୍ତ ଦାନ ଶିବିର ରୁ ସର୍ବମୋଟ ୨୭୭୨ୟୁନିଟ ରକ୍ତ ସଂଗୃହୀତ ହୋଇ ବରଗଡ଼, ବୁର୍ଲା,ସମ୍ବଲପୁର ଓ ପଦମପୁର ର ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥିଲା। ନିଷ୍ଠା ପରିବାର ଜାଣିବାରେ ଏହା ଭାରତ ରେ ପ୍ରଥମ ଥର ଯେ ଦୀର୍ଘ ୫୧ଦିନ ଧରି ଗୋଟିଏ ଜିଲ୍ଲା ରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ସ୍ଥାନ ଗ୍ରାମାଞ୍ଚଳ ଓ ସାହରାଞ୍ଚଲ ରେ ରକ୍ତଦାନ ଶିବିର ଆୟୋଜନ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ନିଷ୍ଠା ପରିବାର।ମାଁ ସମଲେଇ ଙ୍କ ଆଶିର୍ବାଦ ରେ ଦୀର୍ଘ ୫୧ଦିନ ଧରି ଚାଲିଥିବା ରେଡ ଡ୍ରପ ଅଲଟ୍ରା ମାରାଥନ ସମୂର୍ଣ୍ଣ ରୂପେ ସଫଲ ହୋଇଛି। ଏ ନେଇ ନିଷ୍ଠା ପରିବାର ର ଉପଦେଷ୍ଟା ଦୁର୍ବାଦଳ ଷଡଙ୍ଗୀ, ପୁର୍ଣ୍ଣ ଚନ୍ଦ୍ର ତ୍ରିପାଠୀ,ସଭାପତି ରକ୍ଷ ପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ସମସ୍ତ ରକ୍ତ ଦାତା ସହଯୋଗୀ,ଶୁଭେଛୁ ଓ ସମସ୍ତ ସହଯୋଗୀ ଅନୁଷ୍ଠାନ, ସମସ୍ତ ରକ୍ତ ଭଣ୍ଡାର କର୍ମଚାରୀ ମାନଙ୍କୁ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ନିଷ୍ଠା ପରିବାର ର ଇତିହାସ ରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଏବଂ ଚିର ସ୍ମରଣୀୟ ହୋଇ ରହିବ ।୫୧ ଦିନିଆଁ ରେଡ ଡ୍ରପ ଅଲଟ୍ରା ମାରାଥନ ରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସହଯୋଗ କରିଥିବା ସମସ୍ତଙ୍କୁ ପୁଣି ଥରେ ନିଷ୍ଠା ପରିବାର ତରଫ ରୁ ଅନେକ ଅନେକ ଧନ୍ୟବାଦ ଓ କୋଟି ପ୍ରଣାମ।

Leave a Reply

Your email address will not be published. Required fields are marked *