ନିଷ୍ଠା ପରିବାର ତରଫ ରୁ ରେଡ ଡ୍ରପ ମାରାଥନ ସାହୁ ଟିକ୍ରା ରେ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ନିଷ୍ଠା ପରିବାର ତରଫ ରୁ ରେଡ ଡ୍ରପ ମାରାଥନ ସାହୁ ଟିକ୍ରା ରେ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୬-୦୧-୨୦୨୫ରିଖ (ରବି ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଗ୍ରାମ ପଞ୍ଚାୟତ ର ସାହୁ ଟିକ୍ରା ଠାରେ ସକାଳ ୮ଟା ସମୟ ରେ ପବିତ୍ର ୭୬ ତମ ସଧାରଣ ତନ୍ତ୍ର  ଦିବସ ଅବସର ରେ ଡାକ୍ତର ଅଶ୍ୱିନୀ ଭୋଇ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରଯାଇଥିଲା।ତାପରେ ସକାଳ ୯ଟା ସମୟ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ଛବିଶ ଦିନରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ନିଷ୍ଠା ପରିବାର ର ଉପଦେଷ୍ଟା ଦୁର୍ବାଦଳ ଷଡ଼ଙ୍ଗୀ ଓ ପୁର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଫିତା କାଟି ଶୁଭାରମ୍ଭ କରିଥିଲେ। ସମ୍ବାନିତ ଅତିଥି ଭାବରେ ସୌଭାଗ୍ୟ ରଞ୍ଜନ ନାୟକ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥଲେ।ଏହି ଶିବିର ରୁ ସର୍ବମୋଟ ୩୩ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିର କୁ ସାହୁ ଟିକ୍ରା ଗ୍ରାମବାସୀ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତଦାତା,ସହଯୋଗୀ,ଶୁଭେଛୁ ଓ ସାହୁ ଟିକ୍ରା ଗ୍ରାମବାସୀ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ବିଶେଷ କରି ନିଷ୍ଠା ପରିବାର ର ଟିମ ସାହୁ ଟିକ୍ରା କୁ ବହୁତ ବହୁତ ଧନ୍ୟବାଦ।

Leave a Reply

Your email address will not be published. Required fields are marked *