*ନିଯୁକ୍ତି ଓ ରୋଜଗାର ପାଇଁ ବେକାର ଯୁବତୀ ଯୁବକ ମାନଙ୍କ ଧାରଣା* ସୁନ୍ଦରଗଡ ଜିଲା ସ୍ଥିତ ହେମଗିର ବ୍ଲକ ଅନ୍ତର୍ଗତ ସିଆରମାଲ ସ୍ଥିତ ଡିବିଏଲ କମ୍ପାନୀ ସମ୍ମୁଖରେ ଶୁକ୍ରବାର ଦିନ ଆଦିବାସୀ ଓ ଦଳିତ ଠିକାଦାର ଏବଂ ପରିବହନ ସଂସ୍ଥା ସୁନ୍ଦରଗଡ ତରଫରୁ ରୋଜଗାର ଓ ନିଯୁକ୍ତି ପାଇଁ ଡିବିଏଲ କମ୍ପାନୀ ବନ୍ଦ ଡାକରା ଦିଆଯାଇଥିଲା । ଏହି ଅବସରରେ ଅନେକ ମହିମା,ପୁରୁଷ, ଅନେକ ବେକାର ଯୁବତୀ ଓ ଯୁବକ ଧାରଣା ଦେଇଥିଲେ । ଏହି ଅବସରରେ ମୁଖ୍ୟତଃ ସ୍ଥାନୀୟ ଓ ଜିଲ୍ଲାର ବେକାର ଯୁବତୀ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା,ତାଲିମ କେନ୍ଦ୍ର ସ୍ଥାପନ କରିବା ସହିତ ଅଞ୍ଚଳର ବେକାର ଯୁବତୀ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା,ବିସ୍ଥାପିତ ମାନଙ୍କୁ ତାଙ୍କର ସମ୍ପୁର୍ଣ୍ଣ କ୍ଷତି ପୂରଣ ପ୍ରଦାନ କରିବା ଆଦି ଦାବିକୁ ନେଇ ଧାରଣା ଦିୟାଯାଇ ଥିଲା । ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଜାନୁଆରୀ ୧୦ ତାରିଖ ଦିନ ଜିଲ୍ଲା ପ୍ରଶାସନ,କମ୍ପାନୀ କର୍ତୃପକ୍ଷ ଓ ଧାରଣା କାରିଙ୍କ ମଧ୍ଯରେ ଆଲୋଚନା କରିବା ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟହୃତ ହୋଇଥିଲା । ଏହି ଅବସରରେ ସଭାପତି ଦିଲ୍ଲୀପ କୁମୁରା,ସମ୍ପାଦକ ସୁଶୀଲ ବୈଗା,ଦିପକ ସେଠ,ଦୁତିଆ ବୁଡାସାଗର,ରଞ୍ଜିତ ବୁଡା ପ୍ରମୁଖ ଉପସ୍ଥିତ ଥିଲେ । ପଶ୍ଚିମ ଓଡିଶା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।
Related Posts

ଚାକିରି ଦେବା ବାହାନାରେ ଶିକ୍ଷକ ଦମ୍ପତି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ
ଚାକିରି ଦେବା ବାହାନାରେ ଶିକ୍ଷକ ଦମ୍ପତି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଠକାମୀରେ ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କ…

ପାଣିରେ ବୁଡି ମୃତ୍ୟୁ
ବୁର୍ବୀନାଜୁ ବିଦ୍ୟାଳୟରେ କିରାଣୀ ଭାବରେ କାର୍ଯ୍ୟରତ ଥିବା ଶିବ ପ୍ରସାଦ ଭୋଇଙ୍କ ଛୁଆଁ ରେ ବୁଡି ମୃତ୍ୟୁ .. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ…

ପିଇବା ପାଣି ଏବଂ ବର୍ଷା ଜଳ ସଂଗ୍ରହ ସଂରଚନା ବ୍ୟବସ୍ଥା କରାଯିବା ସଂପର୍କରେମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅନୁଷ୍ଠିତ
ପିଇବା ପାଣି ଏବଂ ବର୍ଷା ଜଳ ସଂଗ୍ରହ ସଂରଚନା ବ୍ୟବସ୍ଥା କରାଯିବା ସଂପର୍କରେମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅନୁଷ୍ଠିତ ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସହରାଞ୍ଚଳରେ…