ନିଦୁରୀପଡା ଗ୍ରାମର ଆଧାର କାର୍ଡ ରେ ଦୁଇଟି ନାମ ଥିବା ହେତୁ ଛାତ୍ରୀ ହନ୍ତସନ୍ତ

ନିଦୁରୀପଡା ଗ୍ରାମର ଆଧାର କାର୍ଡ ରେ ଦୁଇଟି ନାମ ଥିବା ହେତୁ ଛାତ୍ରୀ ହନ୍ତସନ୍ତ….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମ ପଞ୍ଚାୟତ ନିଦୁରୀପଡା ଗ୍ରାମର. ଜିତେନ୍ଦ୍ର ପ୍ରଧାନ ଙ୍କ ଝିଅ କୁମାରୀ ଇଚ୍ଛା ପ୍ରଧାନ ଙ୍କ ଆଧାର କାର୍ଡ ରେ ଦୁଇଟି ନାମ ଥିବା ଯୋଗୁଁ , ବର୍ତ୍ତମାନ ନାହଁ ନ ଥିବା ସମସ୍ୟା ରେ ସମ୍ମୁଖୀନ ହେବାକୁ ପଡିଛନ୍ତି l ଜନ୍ମଗତ ସାର୍ଟିଫିକେଟ ରେ ଇଚ୍ଛା ପ୍ରଧାନ ଥିବାବେଳେ, ସ୍କୁଲ ସାର୍ଟିଫିକେଟ ବି ଇଚ୍ଛା ପ୍ରଧାନ ରହିଛି l ହେଲେ ଆଧାର କାର୍ଡ ରେ ରାଜଲକ୍ଷ୍ମୀ ପ୍ରଧାନ ହୋଇଥିବା ରୁ ଛାତ୍ରୀ ଜଣକ ବର୍ତ୍ତମାନ ସ୍କୁଲ ରେ ପରୀକ୍ଷା ଦେଇପାରିବ ନାହଁ କିମ୍ବା ଜାତିଗତ ପ୍ରମାଣ ପତ୍ର, ସହିତ ଆଗାମୀ ଦିନରେ ବିଦ୍ୟାଳୟ ରେ କୌଣସି ବୃତ୍ତି ପାଇବାରେ ମଧ୍ୟ ବଞ୍ଚିତ ହେବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେବାରୁ ବାପା ଜିତେନ୍ଦ୍ର ପ୍ରଧାନ ଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି l ଯେହେତୁ ବର୍ତ୍ତମାନ ଆଧାର ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେ ଆଧାର କାର୍ଡ ବାଧ୍ୟତା ମୂଳକ ପ୍ରମାଣ ପତ୍ର ଭାବ ରେ ଗ୍ରହଣ କରୁଥିବା ବେଳେ ଇଚ୍ଛା ପ୍ରଧାନ ଙ୍କ ଏପରି ଦୁଇଟି ନାମ ରହିଥିବା ରୁ ଆଗାମୀ ଭବିଷ୍ୟତ କଣ ହେବ ବୋଲି ଚିନ୍ତା ରେ ଭାଙ୍ଗି ପଡ଼ିଥିବା ଜଣାପଡିଛି l ଆଧାର ସଂଶୋଧନ ପାଇଁ ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ର,କୁ ଯାଇ ଯାଇ ନୟାନ୍ତ ହୋଇ ଥିବା ମଧ୍ୟ ଦର୍ଶାଇ ଛନ୍ତି ପିତା ଜିତେନ୍ଦ୍ର ପ୍ରଧାନ l ଏବଂ ପ୍ରଶାସନ କୁ ଅନୁରୋଧ କରି କହୁଛନ୍ତି ଯେ ରାଜ ଲକ୍ଷ୍ମୀ ପ୍ରଧାନ ନାମ ଟିକୁ କାଟି କେବଳ ଇଚ୍ଛା ପ୍ରଧାନ ନାମରେ ଏକ ମାତ୍ର ଆଧାର ରଖିଲେ, ଛାତ୍ରୀ ଇଚ୍ଛା ପ୍ରଧାନ ଙ୍କ ଭବିଷ୍ୟତ ଉଜ୍ୱଳ ହେବା ସହିତ ସବୁ କ୍ଷେତ୍ର ରେ ଉପକୃତ ହେବେ ବୋଲି ଆଶା ପ୍ରକଟ କରିଛନ୍ତି l

Leave a Reply

Your email address will not be published. Required fields are marked *