ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷଙ୍କ ବୈଠକ ଓ ନୂତନ କର୍ମକର୍ତା ଘୋଷିତ

ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷଙ୍କ ବୈଠକ ଓ ନୂତନ କର୍ମକର୍ତା ଘୋଷିତ

ରାୟଗଡା :ଗତ କାଲି ତା ୪ରିଖ ୧୧.୦୦ ଘଣ୍ଟିକା ସମୟରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା-ନିରୀକ୍ଷକ ସଂଘ, ରାୟଗଡ଼ ଶାଖାର ଏକ ସାଧାରଣ ବୈଠକ ରାୟଗଡ଼ ସ୍ଥିତ ଠକ୍କରବାପା ଆଶ୍ରମଠାରେ ଅନୁଷ୍ଠିତ ହୋଇଅଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜ଼ିଲ୍ଲା ରୁ ପ୍ରାୟ 100 ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ l ଏନ ୟୁ କେ ଏସ ଓ ଏସ ଏନ ରାୟଗଡା ଶାଖା କୁ ସୁଦୃଢ କରିବା ଓ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସର୍ବସମ୍ମତିକ୍ରମେ କର୍ମକର୍ତା ପୁନର୍ଗଠିତ ହୋଇଛି ।ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତି ଭାବେ ଶ୍ରୀଯୁକ୍ତ ତିରୁମାଲା ବଦାନା, ବିଜ୍ଞାନ ଶିକ୍ଷକ, କେରାଡା ଉଚ୍ଚ ବିଦ୍ୟାଳୟ ଉପସଭାପତି ଭାବେ ଶ୍ରୀଯୁକ୍ତ ପ୍ରଦୀପ ଚୌଧୁରୀ, ସହକାରୀ ଶିକ୍ଷକ, ଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ଓ ଶ୍ରୀଯୁକ୍ତ ଦିଲୀପ ଚୌଧୁରୀ, ପ୍ରଧାନସେବକ, କେନ୍ଦୁଗୁଡା ଆଶ୍ରମ ବିଦ୍ୟାଳୟ ସମ୍ପାଦକ ଭାବେ ସୁଶ୍ରୀ କବିତା ଜାଡି, ସହକାରୀ ଶିକ୍ଷୟିତ୍ରୀ, କନ୍ଧମାଲିଗାଁ ବାଳିକା ଉଚ୍ଚ ବିଦ୍ୟାଳୟ କୋଷାଧ୍ୟକ୍ଷ ଭାବର ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ସହକାରୀ ଶିକ୍ଷକ, ଅତାଡା ଉଚ୍ଚ ବିଦ୍ୟାଳୟ ଠିକ ସେହିପରି କାର୍ଯ୍ୟକାରୀ ସମ୍ପାଦକ ଭାବେ ବିଜତ କୁମାର ହିଆଲ, ସହ ସମ୍ପାଦକ ଉଧବ ସୁନାଲ ସିଂ, ଅଡିଟର ଭାବେ ଲକ୍ଷ୍ମୀନାରାୟଣ ପାଳ ଓ ନବୀନ ପାତ୍ର ଓ ପରାମର୍ଶ ଦାତା ଭାବେ ମନୋଜ ଗମାଙ୍ଗ, ସୁରେଶ ଚନ୍ଦ୍ର ସାହୁ, ଶ୍ରୀନିବାସ ଲାଡି ଙ୍କୁ ମନୋନୀତ କରାଯାଇଛି lନୂତନ କର୍ମକର୍ତ୍ତାଙ୍କୁ ଜ଼ିଲ୍ଲା ମଙ୍ଗଳ ବିଭାଗ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନୂତନ କର୍ମକର୍ତା ଙ୍କି ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *