ନାରାୟଣପୁର ନୀଳମଣି ହାଇସ୍କୁଲରେ ଦଶମ ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ

ନାରାୟଣପୁର ନୀଳମଣି ହାଇସ୍କୁଲରେ ଦଶମ ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଗଜପତି (ମନୋଜ କୁମାର ପାଢୀ / ତା 26/11/2024 ରିଖ ମଙ୍ଗଳବାର ଦିନ ରାୟଗଡ଼ ବ୍ଲକର ନାରାୟଣପୁର ନୀଳମଣି ହାଇସ୍କୁଲରେରେ ଦଶମ ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସର ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିକ୍ଷାଧିକାରୀ ଡା:ମାୟାଧର ସାହୁଙ୍କ ଦ୍ୱାରା ଅନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି | ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ପାପାରାଓ ସମିତି ସଭ୍ୟ ଅନିତା ପଟନାଏକ ସରପଞ ବିଶ୍ୱନାଥ ଶବର ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ପାତ୍ର ପ୍ରଧାନ ଶିକ୍ଷକ ମନୋଜ ବେହେରା ଅବସରପ୍ରାପ୍ତ BEO ଦେବଦାସ ତ|ମରାପୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରହରି ପ୍ରଧାନ, ସୁବାସ ଚନ୍ଦ୍ର ବିଷୋୟୀ ଏସ କରଡ଼ାସିଂ ପ୍ରଧାନ ଶିକ୍ଷକ ରାଧାଶ୍ୟାମ ସାହୁ, JRC ଜିଲ୍ଲା ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପାଠୀ, ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ଜିଲ୍ଲା ରେଡ଼କ୍ରସ ଅଧିକାରୀ ସଂଜୀବ କୁମାର ଦାସ ସମ୍ବଳ ସାଧନ କର୍ମୀ ପ୍ରହଲ୍ଲାଦ ଶିହଳ ବାଳକୃଷ୍ଣ ବାଗସିଂ ମଂଚାସୀନ ଥିଲେ | ଏହି ଶିବିରରେ 250 ଜଣ ଛାତ୍ର ଛାତ୍ରୀ ପ୍ରଶିକ୍ଷଣ ନେବେ ଏବଂ ଏହି ଶିବିର ଆସନ୍ତାକାଲି 27 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପରିଚାଳନା ସମ୍ପାଦକ ତଥା ନୀଳମଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମେନକା ରାଓ ପ୍ରକାଶ କରିଛନ୍ତି | ଗଜପତି ଜିଲ୍ଲାର ଏକମାତ୍ର ପ୍ରଧାନ ଶିକ୍ଷକ ରାୟଗଡ଼ ସରକାରୀ ହାଇସ୍କୁଲର ମନୋଜ ବେହେରାଙ୍କୁ ରାଜ୍ୟ ସରକାର ଉତ୍ତମ ପ୍ରଧାନ ଶିକ୍ଷକ ରୂପେ ମନୋନୀତ କରିଥିବା ଯୋଗୁଁ ତାଙ୍କୁ ମଞ୍ଚରେ ଜିଲ୍ଲା ତରଫରୁ ସମ୍ବର୍ଦ୍ଧନା କରିବା ସହ ବହୁ ଦିନ ଧରି ଜିଲ୍ଲା ରେଡ଼କ୍ରସରେ ସକ୍ରିୟ ଅଂଶ ଗ୍ରହଣ କରି ଜୁନିଅର ରେଡ଼କ୍ରସକୁ ସୁଦୃଢ କରିଥିବା ଯୋଗୁଁ ଦେବଦାସ ତମରାପୁ, ନରହରି ପ୍ରଧାନ ସୁବାସ ଚନ୍ଦ୍ର ବିଷୋୟୀ ଓ ସୁବାସ ଚନ୍ଦ୍ର ସାହୁଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାହୁ ମାନପତ୍ର ଦେଇ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କରିଥିଲେ | ଏତଦବ୍ୟତୀତ ଜିଲ୍ଲାର ସାତୋଟି ବ୍ଲକରୁ ମନୋନୀତ ହୋଇଥିବା 16 ଜଣ କାଉନସେଲରଙ୍କୁ ନିଜ ନିଜ ବ୍ଲକରେ JRC ର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ମାନପତ୍ର ଓ ଚିହ୍ନଟ ପତ୍ର ଦେଇ ଉତ୍ସାହିତ କରିଥିଲେ |ଏହି ପ୍ରଶିକ୍ଷଣରେ ଜୁନିଅର ମାନଙ୍କୁ ଯୋଗ ବ୍ୟାୟାମ ପ୍ରାଣାୟାମ, ସ୍ୱଛତା,ଜୁନିଅର ରେଡ଼କ୍ରସର ଇତିହାସ, ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା,ପାଣିପାଗ ପରିବର୍ତ୍ତନ ଓ ନିରାକରଣ,ଏଡ଼ସ ସଚେତନତା ଇତ୍ୟାଦି ଦିଆଯାଉଛି | ଆସନ୍ତାକାଲି ନଗର ପରିକ୍ରମା ସହ ପ୍ରଦର୍ଶନୀ ହେବ ବୋଲି ଶିବିର ନିର୍ଦେଶକ ସୂଚନା ଦେଇଥିଲେ | ଶିକ୍ଷକ ହରିନାଥ ପାତ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ଟି. ଗିରିବାବୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ବୃନ୍ଦ ସମ୍ପୂର୍ଣ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *