ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ କୁ ୨୦ ବର୍ଷ ଜେଲଦଣ୍ଡ।

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ କୁ ୨୦ ବର୍ଷ ଜେଲଦଣ୍ଡ।

୨୦୨୨ ଜାନୁଆରୀ ମାରେ ସୋରଡ଼ା ଥାନା ରେ ଦାଏର ଏକ ମାମଲା ର ଶୁଣାଣି କରି ମାନ୍ୟବର ଜିଲ୍ଲା ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟନାୟକ ଅଭିଯୁକ୍ତ କୁ ୨୦ ବର୍ଷ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି ଓ ଜରିମାନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ପୀଡ଼ିତା ନାବାଳିକା କୁ ୧୦ ଲକ୍ଷ୍ୟ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରକାଶ ଥାଉକି ଘଟଣା ଦିନ ପୀଡ଼ିତା ନାବାଳିକା ଜଣକ ଘର ପାଇଁ କ’ଣ ଜିନିଷ ଆଣି ଘରକୁ ଫେରିବା ବେଳେ ଅଭିଯୁକ୍ତ ପ୍ରସନ୍ନ ନାୟକ ତାକୁ ଉଠାଇ ନେଇ ନିକଟସ୍ଥ ସ୍କୁଲରେ ଜବରଦସ୍ତ ଦୁଷ୍କର୍ମ କାମ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲ। ପୀଡ଼ିତା ଜଣକ ଘରକୁ ଆସି ଅନ୍ଧୁଣୀ ମାଁ କୁ ଜଣାଇବା ପରେ ମାଁ ଓ ଝିଅ ଦୁହେଁ ମିଶି ସୋରଡ଼ା ଥାନା ରେ ଅଭିଯୋଗ କରିଥିଲେ ଓ ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ପ୍ରସନ୍ନ କୁ ଗିରଫ କରି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲେ।ମୋଟ ୧୫ ଜଣଙ୍କର ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଜିଲ୍ଲା ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ଉକ୍ତ ରାୟ ପ୍ରକାଶ କରିଛନ୍ତି।

ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.

Leave a Reply

Your email address will not be published. Required fields are marked *