ନାଇଟ୍ ମ୍ୟାଚ୍ ର ମଜା ନେଉଛନ୍ତି ଦର୍ଶକ ,ଅତିଥି ଭାବେ ଯୋଗଦେଲେ ସାମ୍ବାଦିକବରଗଡ଼ ରେଲୱେ ଷ୍ଟେସନ ପଡ଼ାରେ ନାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯୋଗ ଦେଇଥିଲେ, ସାମ୍ବାଦିକ। ବରଗଡ଼- (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେଲୱେ ଷ୍ଟେସନ ସାମ୍ନା ପଡ଼ିଆରେ ଚାରି ଦିନ ହେବ ଚାଲିଛି ନାଇଟ କ୍ରିକେଟ ମ୍ୟାଚ୍। ରେଲୱେ ଷ୍ଟେସନ ପ୍ରୀମିଅର ଲିଗ୍ ସିଜନ୍-୩ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଚାଲିଥିଲା ସେମି ଫାଇନାଲ । ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ । ୧୧ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ୧୬ ତାରିଖ ଫାଇନାଲ ମୁକାବିଲା ସହ ସମାପ୍ତ ହେବ । ଶୁକ୍ରବାର ଖେଳାଯାଇଥିଲା ସେମି ଫାଇନାଲ ମ୍ୟାଚକୁ ବେଶ୍ ଉପଭୋଗ କରିଥିଲେ ଦର୍ଶକ । ଥଣ୍ଡା ଲାଗୁଥିଲେ ମଧ୍ୟ ସନ୍ଧ୍ୟା ରୁ ରାତ୍ର ଦୁଇଟା ପର୍ଯ୍ୟନ୍ତ ଏହି ମ୍ୟାଚକୁ ଲୋକେ ଦେଖିବାକୁ ପସନ୍ଦ କରୁଛନ୍ତି । ସେମି ଫାଇନାଲ ମ୍ୟାଚ ପ୍ରଥମେ ଅଟୋ ଫାଇଟରସ ସହିତ ବିଜୟ ୱାରିଅର୍ ଓ ଏପି ବ୍ଲାଷ୍ଟଟର ସହିତ କିଙ୍ଗ କୋହିନୂର୍ ଦଳ ମଧ୍ୟରେ ଜୋରଦାର ଲଢେ଼ଇ ହୋଇଥିଲା । ଆଜିର ଏହି ସେମି ଫାଇନାଲ ମ୍ୟାଚରେ ଅତିଥି ଭାବେ ଯୋଗଦେଇଥିଲେ ଯୁବ ସାମ୍ବାଦିକ ଧ୍ରୁବ କର୍ମୀ ,ଅନନ୍ତ ମଟାରି, ଧର୍ମଦତ୍ତ ପାଢ଼ୀ । ପଡ଼ିଆକୁ ଆସି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ସାମ୍ବାଦିକ । ଆସନ୍ତା ୧୬ ତାରିଖ ରେ ଫାଇନାଲ ମ୍ୟାଚ ବେଶ ରୋଚକ ହେବା ସହ ଜୋରଦାର ହେବ ଓ ଶହଶହ ସଂଖ୍ୟାରେ ଦର୍ଶକ ବୃଦ୍ଧି ପାଇବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।
Related Posts

କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଭୁବନେଶ୍ୱର : ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ…

ନୂଆପଡ଼ା ଜିଲ୍ଲା ରେ ମାଧ୍ୟମିକ ପରୀକ୍ଷା ଫଳ ପ୍ରକାଶ, ଜିଲ୍ଲା ରେ ପାସ ହାର ୯୩.୯୧% ପ୍ରତିଶତ
*ନୂଆପଡ଼ା ଜିଲ୍ଲା ରେ ମାଧ୍ୟମିକ ପରୀକ୍ଷା ଫଳ ପ୍ରକାଶ, ଜିଲ୍ଲା ରେ ପାସ ହାର ୯୩.୯୧% ପ୍ରତିଶତ* ନୂଆପଡା ତା:୨୬.୦୫.(ଓମ୍ ପ୍ରକାଶ ଚୋଧରୀ) ନୂଆପଡ଼ା ଜିଲ୍ଲା ରେ…

ବିଦ୍ୟାଳୟ ପରିସରରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳନ
ବିଦ୍ୟାଳୟ ପରିସରରେ ୭୫ ତମ ବନମହୋତ୍ସବ ସପ୍ତାହ ପାଳନ… ଆର, ଉଦୟଗିରି(ମନୋଜ କୁମାର ପାଢୀ — ବନ ମହୋତ୍ସବ ଅବସରରେ ମୋହନା ଜର୍ଣ୍ଣାଲିଷ୍ଟ ୟୁନିୟନ ତଥା ମୋହନା…