ନବ ନିଯୁକ୍ତ ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ରାୟଗଡା : ରାୟଗଡା ଜ଼ିଲ୍ଲା ବିଜେପି ର ନବ ନିଯୁକ୍ତ ଜ଼ିଲ୍ଲା ସଭାପତି ଏମ ଗୋପୀ ଆନନ୍ଦ ଜ଼ିଲ୍ଲା ର ବିଭିନ୍ନ ମଣ୍ଡଳ କୁ ଗସ୍ତ କରିବାରେ ଲାଗିଛନ୍ତି l ଏହି ପରିପେକ୍ଷ ରେ ଜ଼ିଲ୍ଲା ସଭାପତି ଗୋପୀ ମୁନିଗୁଡା ବ୍ଲକ ର ଅମ୍ବାଦଲା ମଣ୍ଡଳ ଗସ୍ତ ରେ ଯାଇଥିଲେ l ଗୋପୀ ଅମ୍ବାଦଲା ଠାରେ ପହଂଚିବା ପରେ ମୁନିଗୁଡା ଓ ଅମ୍ବାଦଲା ବିଜେପି ର ଶତାଧିକ କର୍ମୀ ବିଭିନ୍ନ ପଦାଧିକାରୀ ପରମ୍ପରିକ ନାଚ ଗୀତ ମାଧ୍ୟମ ରର ସ୍ୱାଗତ କରିବା ସହିତ ଅମ୍ବାଦଲା ମୁଖ୍ୟ ରାସ୍ତା ଦେଇ ଏକ ବିରାଟ ପଟୁଆର ରେ ସହର ଭ୍ରମଣ କରାଇଥିଲେ l ଅମ୍ବାଦଳା ମଣ୍ଡଳରେ ରାୟଗଡା ଜିଲ୍ଲା ସଭାପତି ଏମ ଗୋପୀ ଆନନ୍ଦ ଓ ଅମ୍ବାଦଳା ମଣ୍ଡଳ ସଭାପତି ଶ୍ରୀ ଅନନ୍ତ ମାଲଦରାଙ୍କୁ ଭଵ୍ୟ ସ୍ୱାଗତ କରାଯାଇଥିଲା l ଜ଼ିଲ୍ଲା ସଭାପତି ଗୋପୀ ଉପସ୍ଥିତ ଦଳୀୟ କର୍ମୀ ଙ୍କୁ ଦଳ କିପରି ଭାବେ ମଜବୁତ ହୋଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ବିଜୟ ହାସଲ କରିବ ସେଥିପାଇଁ ଦଳ ନିମନ୍ତେ କାମ କରିବା ପାଇଁ କହିଥିଲେ l ଡବଲ ଇଂଜିନ ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ଜନସାଧାରଣ ଙ୍କ ଠାରେ କିପରି ପହଂଚିବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ l ଜ଼ିଲ୍ଲା ସଭାପତି ଙ୍କ ସହିତ କୋରାପୁଟ ଲୋକସଭା ସାଂସଦ ପ୍ରାର୍ଥୀ କଳିରାମ ମାଝୀ ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ବରିଷ୍ଠ ୟୁବ ବିଜେପି ନେତା ଶିବ ଉଲାକା ଯୋଗଦେଇଥିଲେ lଏହାପରେ ଅମ୍ବାଦଳା ମଣ୍ଡଳର ବରିଷ୍ଠ ବିଜେପି କର୍ମୀ ଶ୍ରୀ ଲିଙ୍ଗଧର ବୋଛାଙ୍କ ପିତା ଦେହାନ୍ତ ଖବର ଶୁଣି ଇଚ୍ଛାପୁର ପଞ୍ଚାୟତରେ ତାଙ୍କ ବାସଭଵନରେ ଭାଇ ଲିଙ୍ଗଧର ଓ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ନିମନ୍ତେ ଜ଼ିଲ୍ଲା ସଭାପତି ଙ୍କ ଙ୍କ ଅନ୍ୟ ସମସ୍ତ ବିଜେପି ନେତୃମଣ୍ଡଳୀ ପହଂଚିଥିଲେ l କଠିନ ସମୟରେ ଧର୍ଯ୍ୟ ଧରିବା ନିମନ୍ତେ ସମବେଦନା ଜଣାଇବା ସହିତ ଭଗବାନ ଙ୍କ ଠାରେ ପ୍ରାର୍ଥନା କରି ଆତ୍ମା ତ ସଦଗତି କାମନା କରିଥିଲେ ଓ ସମବେଦନା ଜଣାଇଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଲିଙ୍ଗରାଜ ମନ୍ଦିର ନିକଟରେ ଠେଲାପେଲା; ୨ ମହିଳା ଭକ୍ତ ଆହତ
ଲିଙ୍ଗରାଜ ମନ୍ଦିର ନିକଟରେ ଠେଲାପେଲା; ୨ ମହିଳା ଭକ୍ତ ଆହତ ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ଲିଙ୍ଗରାଜ ମନ୍ଦିରର ସିଂହଦ୍ଵାର ନିକଟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି I…

ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରଜତ ଜୟନ୍ତୀ ୨୦୨୫ ପାଳିତ।
ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରଜତ ଜୟନ୍ତୀ ୨୦୨୫ ପାଳିତ। ଆର,ଉଦୟଗିରି- (ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣ…

ଗଣ୍ଡଗାଁ ଗ୍ରାମର ପୂର୍ବତନ ଗ୍ରାମ ସେବକ ଙ୍କ ଅକାଳ ବିୟୋଗ
ଗଣ୍ଡଗାଁ ଗ୍ରାମର ପୂର୍ବତନ ଗ୍ରାମ ସେବକ ଙ୍କ ଅକାଳ ବିୟୋଗ —————————– -କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଅନ୍ତର୍ଗତ କଇଁଝର…