ବୈପାରୀଗୁଡା -(ଏନ ସନ୍ତୋଷ ) ନବ ନିଯୁକ୍ତି ଶିକ୍ଷୟତ୍ରୀଙ୍କ ପ୍ରତିବାଦରେ ସ୍କୁଲରେ ତାଲା । ସ୍କୁଲ ଗେଟରେ ତାଲା ପକାଇ ରାସ୍ତାରେ ଧାରଣା ଦେଲେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଭେଜାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାରୁ ମିଳିଛି । ରାଜ୍ୟ ଭିତ୍ତିକ ନିଯୁକ୍ତି ପାଇଥିବା ବାହାର ଜିଲ୍ଲାର ଜଣେ ଶିକ୍ଷୟତ୍ରୀଙ୍କୁ ବିରୋଧ କରାଯାଇଛି l ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ନେଇ ଅଭିଭାବକଙ୍କ ଧାରଣା ଦେଇଛନ୍ତି । ଗତ କାଲି ବୈପାରୀଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନବ ନିଯୁକ୍ତି ଶିକ୍ଷକଙ୍କୁ ବିରୋଧ କରାଯଇଥିଲା l ଯୋ ଦ୍ୱରାକି ବାହାର ଜିଲ୍ଲାରୁ ଆସିଥିବା ନବ ନିଯୁକ୍ତ ଶିକ୍ଷକ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲା l ଗତ କାଲି ଭେଜାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତକ ଶିକ୍ଷୟତ୍ରୀଙ୍କ ଯୋଗଦେବା ପରେ ଆଜି ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗାଁ ଲୋକେ l ଖବର ପାଇ ସ୍ଥାନୀୟ ଏବିଇଓ ସିଆରସିସି ଏବଂ ପୋଲିସ ପହଂଚି ଉତ୍ତ୍ୱକ୍ତ ଲୋକଙ୍କୁ ବିଝାସୁଝା କରିବା ପରେ ଆନ୍ଦୋଳନରୁ ଓହରିଥିଲେ ଗାଁ ଲୋକେ l ସରକାରୀ ନିୟମ ମାନିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଥାନା ଆଇଆଇସି ଦିପଞ୍ଜଳି ପ୍ରଧାନ l
Related Posts

Below normal rainfall to be experienced in Odisha this year.
Bhubaneswar: Odisha is likely to experience below normal rainfall during the southwest monsoon season (June to September) this year.IMD DG…

ମୁନମୁନ ଙ୍କ ଜୀବନ ରେ ନୂତନ ପରିଚୟ,
*ମୁନମୁନ ଙ୍କ ଜୀବନ ରେ ପିତା ମାତାଙ୍କ ସୌଭାଗ୍ୟ ଅର୍ଜନ, ନୂତନ ପରିଚୟ, ନୂତନ ନାମକରଣ, ଭବିଷ୍ୟତ ଉଜ୍ଜ୍ବଳମୟ କାମନା* ନୂଆପଡା (ଓମ ପ୍ରକାଶ ଚୌଧୁରୀ ):୦୫.୦୬.…

ଚାନ୍ଦିପୁଟ ଇନ୍ଦିରା ମେମୋରିଆଲ କଲେଜରେ ବାର୍ଷିକ ଉତ୍ସବ ପାଳନ ।
ଚାନ୍ଦିପୁଟ ଇନ୍ଦିରା ମେମୋରିଆଲ କଲେଜରେ ବାର୍ଷିକ ଉତ୍ସବ ପାଳନ । ଆର, ଉଦୟଗିରି (ମନୋଜ କୁମାର ପାଢୀ:୦୨/୦୨/୨୫ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଇନ୍ଦିରା ମେମୋରିଆଲ କଲେଜରେ…