ନବବଧୁଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ।

ନବବଧୁଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ।

ଗଞ୍ଜାମ:ପାଟପୁର ଥାନା ଅନ୍ତର୍ଗତ କଲରାପଦର ରାଜେନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ସାହୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କିନ୍ତୁ ପୁଷ୍ପାଞ୍ଜଳି ର ପିତା ଶେରଗଡ଼ ଥାନା ଅର୍ନ୍ତଗତ ଚିକିଲି ଗ୍ରାମର ଗଙ୍ଗାଧର ସାହୁ ତାଙ୍କ ଝିଅ କୁ ହତ୍ୟା କରି ଆତ୍ମହତ୍ୟା ର ରୁପ ଦେଉଛନ୍ତି ବୋଲି ଶ୍ଵଶୁର ଘର ଲୋକଙ୍କ ବିରୋଧରେ ପାଟପୁର ଥାନା ରେ ଅଭିଯୋଗ କରିଛନ୍ତି।ସୁଚନା ଅନୁଯାୟୀ ଜଣାପଡିଛି ଯେ ଚେନ୍ନାଇ ରେ କାମ କରୁଥିବା ରାଜେନ୍ଦ୍ର ସହ ପୁଷ୍ପାଞ୍ଜଳି ର ଗତ ବର୍ଷ ଜୁଲାଇ ମାସରେ ବାହାଘର ହୋଇଥିଲା। ଉକ୍ତ ସମୟରେ ଚୁକ୍ତି ମୁତାବକ ଯୌତୁକ ଜନିତ ୩୦ ହଜାର ଟଙ୍କା ପାଇଁ ପୁଷ୍ପାଞ୍ଜଳି କୁ ଶ୍ଵଶୁର ଘର ଲୋକେ ମାନସିକ ନିର୍ଯାତନା ଦେଉଥିଲେ। ଯାହା ଫଳରେ ଝିଅ ଆମଘରେ ଆସି କିଛି ଦିନ ରହିଥିଲା ଓ ଶ୍ଵଶୁର ଘର ଲୋକେ ବୁଝାସୁଝା କରି ଝିଅକୁ ତାଙ୍କ ଘରକୁ ନେଇଯାଇଥିଲେ। ଏହି ଭଳି କିଛି ଦିନ ପରେ ହଠାତ୍ ଜ୍ୱାଇଁ ପୁଅ ରାଜେନ୍ଦ୍ର ଝିଅ ଆତ୍ମହତ୍ୟା କରିଥିବା ଖବର ଫୋନ ଯୋଗେ ଜଣାଇଥିଲେ। ଯାହାକି ମୁଁ ବିଶ୍ୱାସ କରି ପାରୁନାହିଁ। ଏହାର ସଠିକ ତଦନ୍ତ ଓ ପଦକ୍ଷେପ ପାଇଁ ଅନୁରୋଧ କରୁଛି। ଅଭିଯୋଗ ପାଇ ପୋଲିସ ଏତଲା ନଂ ୨୯/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତହସିଲଦାର ରାମଚନ୍ଦ୍ର ପଟନାୟକଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *