ଧାନ କିଣା ତଦାରଖ ପାଇଁ ପ୍ରତି ମଣ୍ଡିରେ ନିଯୁକ୍ତ ନୋଡାଲ ଅଫିସର ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ସରକାରୀ ସ୍ତରରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି । ଧାନ କିଣା ପ୍ରକ୍ରିୟାକୁ ସ୍ଵଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ମଣ୍ଡି ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଉଦ୍ଦେଶ୍ୟରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ଯୋଗ୍ୟ ଚାଷୀ ଧାନ କିଣା ବେଳେ ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି । ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ବର୍ତ୍ତମାନ ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାର ୩୯୦୩ ମଣ୍ଡି ପାଇଁ ୩୮୯୩ ଜଣ ନୋଡାଲ ଅଧିକାରୀ ନିଯୁକ୍ତ ହୋଇ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ନଜର ରଖିଛନ୍ତି । ଚାଷୀ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନେ ନିଯୁକ୍ତ ହେବା ସହ ଦୁଇରୁ ତିନୋଟି ମଣ୍ଡି ଦାୟିତ୍ୱରେ ଜଣେ ସୁପରଭାଇଜରଙ୍କୁ ନିଯୁକ୍ତ ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ୧୦୩୧ ଜଣ ସୁପରଭାଇଜରଙ୍କୁ ଆବଶ୍ୟକତା ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ କରାଯାଇଛି । ଏହି ଅଧିକାରୀ ମାନେ ମଣ୍ଡିକୁ ଆସୁଥିବା ପ୍ରତ୍ୟେକ ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ଚାଷୀ ମାନେ ସେମାନଙ୍କ ଅଭିଯୋଗ ପ୍ରତ୍ୟକ୍ଷ ଭାବେ ଜଣାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ରାଜ୍ୟର ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବା ସହ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ବାବଦକୁ ୨୩ଶହ ଟଙ୍କା ଓ ଇନପୁଟ ସହାୟତା ରାଶି ଭାବେ ୮ଶହ ଟଙ୍କା ପ୍ରଦାନ କରାଯାଉଛି ।
Related Posts

ବୃଦ୍ଧା ମାଁ ଙ୍କୁ ଆକ୍ରମଣ ଅଭିଯୋଗ ରେ ଦୁଇ ଝିଅ ଓ ନାତି ଗିରଫ।
ବୃଦ୍ଧା ମାଁ ଙ୍କୁ ଆକ୍ରମଣ ଅଭିଯୋଗ ରେ ଦୁଇ ଝିଅ ଓ ନାତି ଗିରଫ। ଗଞ୍ଜାମ:ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଲାଞିପଲୀ ଯାତ୍ରା ପଡିଆ ତୋଟା ସାହିର…

ନାଟକରେ ଅପସଂସ୍କୃତି ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଘ ସ୍ବର ଉତ୍ତୋଳନ ।
ନାଟକରେ ଅପସଂସ୍କୃତି ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଘ ସ୍ବର ଉତ୍ତୋଳନ । ମା’ କୁରେଈଶୁଣି ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ ତରଫରୁ…

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ଭୁବନେଶ୍ୱର: ଆଜି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ।ସକାଳ ୭ଟାରୁ ଚାଲିଛି ଭୋଟ ଗ୍ରହଣ।୬ ଲୋକସଭା…