ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ଧାନକିଣା ପ୍ରକ୍ରିୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଓଡ଼ିଶାରେ ୪୫୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନ କିଣୁଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୧ଟି ସ୍ୱୟଂ ସହାୟକ ଗୋଷ୍ଠୀ ଧାନକିଣା ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଭଦ୍ରକରେ ୪୯, ବରଗଡ଼ ଓ ସୁବର୍ଣ୍ଣପୁରରେ ୨୦, ଯାଜପୁରରେ ୩୫, କୋରାପୁଟରେ ୨୪, ନବରଙ୍ଗପୁରରେ ୪୪, ନୂଆପଡ଼ା ଓ ସମ୍ବଲପୁରରେ ୧୩, ଝାରସୁଗୁଡ଼ ଓ କଳାହାଣ୍ଡିରେ ୨୮, ବଲାଙ୍ଗିରରେ ୧୮, ମାଲକାନଗିରିରେ ୯ ସମେତ ୩୦ଟି ଜିଲ୍ଲାରେ ସମୁଦାୟ ୪୫୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ଧାନକିଣା ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି । ଯୋଗ୍ୟ ଚାଷୀଙ୍କଠାରୁ ଧାନ କିଣିବା ପରେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଏଥିରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରିବା ସହ ଏବଂ ବିଭିନ୍ନ କ୍ଷେତ୍ରକୁ ସେବା ଯୋଗାଇ ଦେଉଛନ୍ତି । ପ୍ରତ୍ୟେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଧାନ କ୍ରୟ କରିବା ସହ ସଂପୃକ୍ତ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନରେ ମଧ୍ୟ ସହଯୋଗ କରୁଛନ୍ତି ।

ସଂପୃକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲା ପ୍ରଶାସନ ସହଭାଗିତାରେ ଏହି ପ୍ରକ୍ରିୟାରେ ସାମିଲ ହୋଇ ଧାନକିଣା ମାର୍ଗଦର୍ଶିକାର ଅନୁପାଳନପୂର୍ବକ ଚାଷୀମାନଙ୍କଠାରୁ ଧାନକିଣାରେ ଯୋଗଦାନ କରୁଛନ୍ତି । ଏଥି ସହିତ ପ୍ରତ୍ୟେକ ମଣ୍ଡିରେ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆନୁଷଙ୍ଗିକ ବ୍ୟବସ୍ଥାରେ ମଧ୍ୟ ସହଯୋଗ କରୁଛନ୍ତି । ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନ୍‌ପୁଟ ସହାୟତା ରାଶି ପ୍ରଦାନ କରାଯାଉଛି । ଧାନ କିଣା ପ୍ରକ୍ରିୟାରେ ମହିଳା ମାନେ ସାମିଲ ହୋଇ ଅନ୍ୟ ମାନଙ୍କୁ ଉତ୍ସାହିତ କରୁଛନ୍ତି । ଏଥିସହ ଧାନ କିଣା ନେଇ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟରେ ମଧ୍ୟ ଆବଶ୍ୟକୀୟ ସହଯୋଗ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *