ଧର୍ମ ପ୍ରାଣା ମହିଳାଙ୍କ ପରଲୋକ

*ଧର୍ମ ପ୍ରାଣା ମହିଳାଙ୍କ ପରଲୋକ*

ନୂଆପଡ଼ା ଜିଲ୍ଲା ର ଖଡିଆଳ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତ ର ଢଙ୍କସର ଗ୍ରାମ ବିଜେପି କର୍ମୀ ସ୍ବର୍ଗତ ମିନିକେତନ ବିଶି ଙ୍କର ଧର୍ମପତ୍ନୀ ଓ ସରଧାପୂର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ l ସୁରେଶ ବିଶି ଙ୍କର ଭାଉଜ ବିମଳା ବିଶି (୫୫) ଙ୍କର ଆଜି ଦିବା ୧ଘଣ୍ଟା ସମୟରେ ରାୟପୁର ସ୍ଥିତ ନାରାୟଣ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ସ୍ଵର୍ଗବାସ ହୋଇ ଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ପିନୁ ବିଶି ଓ ସାନ ପୁଅ ନିନୁ ବିଶି ଉପସ୍ଥିତ ଥିଲେ। ସେ ଜଣେ ମିଷ୍ଟ ଭାଷୀ, ପରୋପକାରୀ, ଧର୍ମପ୍ର।ଣା ମହିଳା ଥିଲେ। ତାଙ୍କ ସ୍ଵାମୀ ଚଳିତ ବର୍ଷ ଏପ୍ରିଲ 7 ତାରିଖ ଆକସ୍ମିକ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ କୁ ସହ୍ୟ କରି ନପାରି ହଠାତ୍ ତାଙ୍କ ସ୍ଵାମୀ ଙ୍କ ମୃତ୍ୟୁ ର ଅଷ୍ଟମ ଦିନରେ ତାଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ନାରାୟଣ ହସ୍ପିଟାଲ, ରାୟପୁରରେ ଭର୍ତ୍ତି କରାଯାଇ ଥିଲା।ସ୍ୱାମୀ ମୃତ୍ୟୁର 2 ମାସ 6 ଦିନ ମଧ୍ୟରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ତାଙ୍କ ପୈତୃକ ଗ୍ରାମ ନେହେନା, ନିଜ ଗ୍ରାମ ଢଙ୍କସର ଓ ଚିହ୍ନ। ମହଲ ରେ ଶୋକର ଛାୟା ଖେଳି ଯାଇଛି। ଡ଼ଙ୍କସର ଗ୍ରାମରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

Leave a Reply

Your email address will not be published. Required fields are marked *