ଧନୁଯାତ୍ରା ର ଦଶମ ଦିବସରେ ମହାରାଜ କଂସ ଅକୃର କୁଂ ଶ୍ରୀକୃଷ୍ଣ ବଲରାମ ଆଣିବା ପାଇଁ ଗୋପପୁର ଚିଟାଉ ଦେଇ ପ୍ରେରଣ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ଦଶମ ଦିବସରେ ଦେବର୍ଷି ନାରଦ ପରାମର୍ଶ କ୍ରମେ ମହାରାଜ କଂସ ଦେବ ଦେବ ମହାଦେବ କଂ ନିକଟରେ ତପସ୍ୟା କରି ରୁଦ୍ରଷୋଳ ପ୍ରାପ୍ତି। ପରେ କଂସ ରୁଷି ମୁନି ଙ୍କୁ ଅତ୍ୟାଚାର ଆରମ୍ଭ। କୃଷ୍ନବଲରାମ ଧନୁଯାତ୍ରା ଦେଖିବା ପାଇଁ ସଫଳତା ସୂତ ଅକୁର ଙ୍କୁ ମଥୁରା ରୁ ଗୋପପୁର କୁ ପ୍ରେରଣ କରିଥିଲେ।ଆଜି ରାଜଦରବାରରେ ସଭାପତି ଅନିରୁଦ୍ଧ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଆଜି ମହାରାଜ କଂସ ରାଜଦରବାର ଅତିଥି ଭାବେ ଯୋଗଦେଇଥିଲେ ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ ଓ ରାଉରକେଲା ଅପରାଧ ଶାଖା ନିରିକ୍ଷକ ଉମେଶ ଚନ୍ଦ୍ର ବେହେରା।କୁନି କୁନି କଳାକାରମାନେ ରାଜ ଦରବାରରେ ନୃତ୍ୟ ପରିବେଷଣ କରିଥିଲେ ଓ କଂସ ମହାରାଜ କୁନି କଳାକାର ମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଆଶୀର୍ବାଦ କରିଥିଲେ। କଂସ ଦରବାରରେ ଅତିଥି ଭାବେ ଯୋଗଦେଇ ଥିଲେ, ବରଗଡ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ ଓ ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ଧନୁଯାତ୍ରା ମହୋତ୍ସବ ର ଆତିଥ୍ଯ ଗ୍ରହଣ କରିଥିଲେ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉ ଥିବା ଉନ୍ନୟନ କାର୍ଯ୍ୟ ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଥିଲେ। ଆଗାମୀ ଦିନରେ କିପର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ବିଜେପି ବରଗଡ ଜିଲ୍ଲା ସଂପାଦକ କୁଶ କୁମ୍ଭାର, ସଂକ୍ରିଡା ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ ଓ ଭେଡେନ ବ୍ଲକ ର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ଧନୁଯାତ୍ରା ମହୋତ୍ସବ କମିଟି ଉପସଭାପତି ଜୀତେନ୍ଦ୍ର ପୋଢ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସଭାପତି ଅନିରୁଦ୍ଧ ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ। ଧନୁଯାତ୍ରା ମହୋତ୍ସବ ସଂପାଦକ ତ୍ରିଦିପ ସାହୁ ଓ ଧନୁଯାତ୍ରା କମିଟି ର ସମସ୍ତ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ।
