ଧନୁଯାତ୍ରା ମିନା ବଜାର ପଡିଆ ରେ ପ୍ରଥମ ଥର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ରେ ରକ୍ତ ଦାନ ଶିବିର ୬୦ୟୁନିଟ ରକ୍ତ ସଂଗୃହୀତ
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅବସର ରେ ପ୍ରଥମ ଥର ପାଇଁ ମିନା ବଜାର ପଡ଼ିଆ ରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ରେ ନିଷ୍ଠା ପରିବାର ତରଫ ରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେଡ ଡ୍ରପ ମାରାଥନ ଅନୁଷ୍ଠିତ। ଏହି ଶିବିର ରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ବାନୀତ ଅତିଥି ଭାବରେ ବରଗଡ଼ ର ପୁର୍ବତନ ଚେୟାରମେନ ପ୍ରଶାନ୍ତ ବେହେରା,ପି.ଡବ୍ଲୁ.ଡି ର ମୁଖ୍ୟ ନିର୍ବାହୀଯନ୍ତ୍ରୀ ଅରୁଣ ପାଣ୍ଡେ, ଅବନିକାନ୍ତ ପଣ୍ଡା, ଅମିତ ପଣ୍ଡା ଯୋଗ ଦେଇଥିଲେ।ଧନୁଯାତ୍ରା ପଡିଆ ରେ ଭ୍ରାମ୍ୟମାଣ ଯାନ ଦ୍ଵାରା ରକ୍ତଦାତା ଯୁବକ, ଯୁବତୀ ଓ ଜନସାଧାରଣକଂ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ବରଗଡ ରକ୍ତ ଭଣ୍ଡାର ଦ୍ଵାରା ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ୬ଜଣ ମହିଳା, ଦୁଇ ଯୋଡା ଦମ୍ପତ୍ତି ସମେତ ୫୦ଜଣ ପୁରୁଷ ରକ୍ତଦାତା ଙ୍କୁ ମିଶାଇ ସର୍ବମୋଟ ୬୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ /ସଦସ୍ୟା ସୁପରିଚାଳନା କରିଥିଲେ।ଜାନୁୟାରୀ ୬ତାରିଖ ରୁ ନିଷ୍ଠା ପରିବାର ତରଫରୁ ଆଉ ଆଠ ଦିନ ଧରି ମିନାବଜାର ପଡ଼ିଆ ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବା ସ୍ଥିରିକୃତ ହୋଇଛି। ଧନୁଯାତ୍ରା ଦେଖି ଆସିବା ବେଳେ ରକ୍ତଦାନ କରିଥିବା ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫରୁ କୋଟି କୋଟି ପ୍ରଣାମ ଓ ହୃଦୟ ରୁ ଆନ୍ତରିକତାର ସହିତ ଧନ୍ୟବାଦ ଜ୍ଞାପନ କରୁଛୁ଼ଁ।