*ଦ୍ରୁତ ଗତିରେ ଗଛରେ ବାଡ଼େଇ ହୋଇ ଟ୍ରକ୍ ଡ୍ରାଇଭର ମୃତ୍ୟୁ* :ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁଣ୍ଡେହିଡିହା ନିକଟରେ ଏକ ଟ୍ରକ ଦୂତ ଗତିରେ ଆସି ରାସ୍ତା କଡରେ ଥିବା ଗଛରେ ବାଡେଇ ଦେବାରୁ ଗାଡି ଚାଳକ କିଛି ସମୟ ଚାପି ହୋଇ ରହିଥିଲା। ଯାତାୟାତ କରୁଥିବା ଲୋକେ ଦେଖି ଗୁରୁଣ୍ଡିଆ ପୋଲିଶ ଓ ଦମକଳବାହିନୀ କର୍ମଚାରୀଙ୍କ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗାଡି ଭିତରେ ଚାପି ହୋଇ ରହିଥିବା ଟ୍ରକ ଡ୍ରାଇଭରକୁ ଉଦ୍ଧାର କରିଥିବା ବେଳେ ଚାଳକଙ୍କ ମୃତ୍ୟୁ ହୋଇ ଯାଇଥିଲା। ତେବେ ଡ୍ରାଇଭର ନାମ ବାସୁ ଦେବ ୟାଦବ ଘର ଔରାଙ୍ଗବାଦ ବୋଲି ଜଣାପଡିଛି। ପୋଲିଶ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି । ସୁନ୍ଦରଗଡ଼ ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।
Related Posts
ନୂଆପଡ଼ା ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ
ନୂଆପଡ଼ା ଜିଲ୍ଲା ର ୪୦ ଗୋଟି ସକ୍ଷୀ ବୁଥ ପାଇଁ ମଧ୍ୟ ମହିଳା ନିର୍ବାଚନ କର୍ମଚାରୀ ନିୟୋଜିତ, ଆଦର୍ଶ ବୁଥ ରୂପେ ବିବାହ ମଣ୍ଡପ ପରି ସୁସଜ୍ଜିତ…
ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ସାକ୍ଷାତକାର ସମ୍ପର୍କିତ ପ୍ରଶିକ୍ଷଣ ଶିବିର ।
ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ସାକ୍ଷାତକାର ସମ୍ପର୍କିତ ପ୍ରଶିକ୍ଷଣ ଶିବିର ।ରାୟଗଡା : ରାୟଗଡା ସହର ଉପଖଣ୍ଡ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପରସରରେ ସାକ୍ଷାତକାର ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଅଛି।…
ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ…