ଦେଶ ସ୍ୱାଧୀନ ର 77 ବର୍ଷ ପରେ ମଧ୍ୟ୍ୟ ଉଦ୍ରୁ ଗାଁ ଅବହେଳିତ
ରାୟଗଡା : ଭାରତ ବର୍ଷ ସ୍ୱାଧୀନତା ପାଇବା ର 77 ବର୍ଷ ଅତିକ୍ରମ କରିଛି କିନ୍ତୁ ଏମିତି ଏକ ଗ୍ରାମ ରାୟଗଡ ଜ଼ିଲ୍ଲା ର ଗୁଡାରି ବ୍ଲକ ର ମଧୁବନ ଗ୍ରାମ ପଂଚାୟତ ର ଗାଁ ହେଉଛି ଉଦ୍ରୁଗାଁ ଯାହାକି ଗୁଣୁପୁର ବିଧାନସଭା କ୍ଷେତ୍ରରେ ଆସୁଛି ଏହି ଗ୍ରାମବାସୀ ଙ୍କ ଭାଗ୍ୟ ନା ଗ୍ରାମ ର ଚିତ୍ର ବଦଳିଲା ଏହାହିଁ ଦୁଃଖ ର ବିଷୟ l ଏହି 77 ବର୍ଷ ରେ କଂଗ୍ରେସ, ଜନତା ଦଳ ବିଜେପି ଓ ବିଜେଡି ର ବିଧାୟକ ମାନେ ନୀରବଚି ହୋଇଯାଇଛନ୍ତି କିନ୍ତୁ କାହାରି ପାଦ ଏହି ଗ୍ରାମରେ ପଡିନଥିବା ର ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଦୀର୍ଘ 24 ବର୍ଷ ଧରି ବିଜେଡି ସରକାର ସାଶନ କରିଆସୁଥିଲେ ଏହି ଦଳ ର ବିଧାୟକ ସ୍ଥାନୀୟ ଜ଼ିଲ୍ଲା ମନ୍ତ୍ରୀ ଓ ସ୍ଥାନୀୟ ଗୁଡାରି ର ବିଜେଡି ନେତା ଙ୍କ ନିକଟକୁ ଯାଇ ଗୁହାରି କରିଲେ ମଧ୍ୟ୍ୟ ଆମରି କଥା କିଏ ମଧ୍ୟ୍ୟ ଶୁଣିଲେ ନାହିଁ ବରଂ ନିର୍ବାଚନ ସମୟରେ ଗୁଡାରି ର କେତେକ କୁଜି ନେତା ଆସି ବିଭିନ୍ନ ପ୍ରକାର ଟ ଆଶ୍ୱାସନା ଦେଇ ଚାଲିଯାଇଥାନ୍ତି କିନ୍ତୁ ନିର୍ବାଚନ ସରିଲା ପରେ କାହାରି ଦେଖମୀଲୁନାହଁ ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି l ଏହି ଗ୍ରାମରେ 30 ରୁ ଉର୍ଦ୍ଧ ପରିବାର ବାସ କରନ୍ତି l ସେମାନଙ୍କ ଯାତାୟତ ପାଇଁ ପକା ରାସ୍ତା ଟିଏ ନାହିଁ ଏମିତିକି ଯେଉଁ ପାଦ ଚଲା ରାସ୍ତା ଅଛି ସେଥିରେ ଯିବାଆସିବା ମଧ୍ୟ୍ୟ କଷ୍ଟକର ବ୍ୟାପାର l. ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରୁନାହିଁ ଯୋଦ୍ୱାରା ରୋଗୀ ଓ ଗର୍ଭବତୀ ମହିଳା ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେବାର ଦେଖିବାକୁ ମିଳୁଛି l ସରକାର ଙ୍କ କୌଣସି ଜନହିତକର ଯୋଜନା ଏହି ଏହି ଗ୍ରାମବାସୀ ବକ ଠାରେ ପହଂଚି ପରିଣନଥିବା ର ଜଣାପଡିଛି l ବର୍ତ୍ତମାନ ସୁଦ୍ଧା ବିଜୁଳି ଆଲୁଅ କଣ ଜାଣିନାହାନ୍ତି ସନ୍ଧ୍ୟା ହେଲେ ଗାଁ ରେ ଗ୍ରାମ ବାସୀ ଭୟ ରେ କାଳତିପାତ କରୁଛନ୍ତି l ଗତ ସରକାର କିଛି ଦିନ ତଳେ ଏକ ସୋଲାର ଲାଇଟ ଦେଇଥିଲେ କିନ୍ତୁ ବର୍ତମାନ ତାହା ଅଚଳ ଅବସ୍ଥାରେ ରହିଛି l ପିଲାଙ୍କ ପାଠ ପଢ଼ା ନିମନ୍ତେ ସ୍କୁଲ ନଥିବା ରୁ ପିଲାମାନେ ପାଠ ପଢା ରୁ ବଂଚିତ ହେଉଛନ୍ତି ଓ କେତେକ ପିଲା ଦୁରଦୂରାନ୍ତ କୁ ଯାଇ ପାଠ ପଡ଼ନ୍ତି ବୋଲି ଗ୍ରାମ ବାସୀ ମାନେ କହିଛନ୍ତି l ସରକାର ଙ୍କ ମୌଳିକ ସେବା ରୁ ଆମେ ବଂଚିତ ବୋଲି ଲୋକେ ଅଭିଯୋଗ କରିଛନ୍ତି l ନୂତନ ସରକାର ତଥା ଜ଼ିଲ୍ଲା ପ୍ରଶାସନ ଉଦ୍ରୁ ଗ୍ରାମ କୁ ଦୃଷ୍ଟି ଦେଇ ଗାଁ ର ବିକାଶ କରିବା ନିମନ୍ତେ ଅନୁରୋଧ କରିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ