ଦୁର୍ବଳ ହେଲା ରେମାଲ; ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି
ଭୁବନେଶ୍ୱର: ( ଅଭିଷେକ ମହାନ୍ତି)ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେଲା ‘ରେମାଲ’।ଗତ ରାତି ପ୍ରାୟ ୧୦:୩୦ ରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହା ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟରେ ଘଂଟା ପ୍ରତି ୧୧୦ ରୁ ୧୨୦ କିମି ବେଗରେ ପବନ ବହୁଥିବା ସୂଚନା।ପଶ୍ଚିମବଙ୍ଗର କୋଲକାତା, ମେଡିନାପୁର, ହାୱଡା ଓ ବିଭିନ୍ନ ସ୍ଥାନରେ ଭାଙ୍ଗିଛି ଘର, ବିଦ୍ୟୁତ୍ ଖୁଣ୍ଟି ଓ ଉପୁଡ଼ିଛି ବଡ଼ ବଡ଼ ଗଛ।ଏହା ପ୍ରଭାବରେ ଓଡ଼ିଶାର ଜଗତସିଂପୁର, ବାଲେଶ୍ଵର ଓ ଭଦ୍ରକରେ ହୋଇଥିଲା ମଧ୍ୟମରୁ ପ୍ରବଳ ବର୍ଷା।ତେବେ ଆସନ୍ତାକାଲି ଠାରୁ ରାଜ୍ୟରେ ବଢ଼ିବ ତାତି।