ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳବାସୀ ଗୁହାରିବା ସୁଣିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ନୁଆଗଡ ବିଡିଓ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ନୁଆଗଡ ବ୍ଳକ ସମ୍ବଲପୁର ଗ୍ରାମ ପଞ୍ଚାୟତର ଏକ ଦୁଃର୍ଗମ ଉପାନ୍ତ ଲିଠିଗୁଡା ଗ୍ରାମ ପରିଦର୍ଶନ କରିଥିଲେ ନୁଆଗଡ ବ୍ଳକର ବିଡିଓ ଲୋକନାଥ ଶବର । ଏଠି ନା ଅଛି ଗମନାଗମନ ଲାଗି ରାସ୍ତା ଓ ନା ଅଛି ପାନୀୟ ଜଳର ବ୍ୟବସ୍ଥା । ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଗାଁକୁ କେବଳ ନିର୍ବାଚନ ସମୟରେ ନେତାମାନେ ଆସନ୍ତି ଓ ଅନେକ ପ୍ରତିଶୃତି ଦେଇ ଚାଲିଯାଆନ୍ତି ଯାହା କେବଳ ପାଣିର ଗାର ସଦୁସ୍ୟ । ବ୍ଳକ ପ୍ରଶାସନକ ଅଧିକାରୀମାନଙ୍କ ମଧ୍ୟ ଦେଖା ମିଳେନି । ଭାଗ୍ୟ ବଶତଃ କିଛିଦିନ ଆଗରୁ ଏଠି ଚର୍ଛ ଗୃହ ମରାମତି ଲାଗି ଜିଲ୍ଲା ପରିଷଦ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସ୍ବୀକୃତ ହୋଇଥିବାରୁ ବୁଧବାର ଏକ ସ୍ବତନ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ନୁଆଗଡ ବିଡିଓ ଶ୍ରୀ ଶବର । ଏହି ଗ୍ରାମକୁ ଦୀର୍ଘ ବର୍ଷ ହେବ କୌଣସି ବ୍ଳକ ପ୍ରଶାସନ ଅଧିକାରୀ ପାଦ ପଡିନଥିଲା ବେଳେ ବିଡିଓଙ୍କ ଏହି ଗ୍ରସ୍ତରେ ଗ୍ରାମବାସୀମାନେ ଅତ୍ୟନ୍ତ ଖୁସିହୋଇ ନିଜର ପାରମ୍ପାରିକ ବାଦ୍ୟର ତାଳେତାଳେ ନାଚଗୀତ ଏବଂ ଫୁଲମାଳ ସହ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଗ୍ରାମବାସୀଙ୍କ ପୁରୁଣା ଗୀର୍ଜୀ ଘରକୁ ପାଛୋଟି ନେଇ ଅତିଥୀ ସତ୍କାର କରିଥିଲେ । ସେଠାରେ ଗ୍ରାମବାସୀଙ୍କ ଗ୍ରାମର ସମସ୍ତ ଦୁଃଖ ଓ ସମସ୍ୟା ଜଣାଇଥିଲେ । ପ୍ରାୟ ଏହି ଗ୍ରାମରେ ୩୫୦ରୁ ଉଦ୍ଧ୍ବ ଲୋକେ ବସବାସ କରୁଥିବା ଏହି ଗାଁରେ ଆପାତତଃ ସବୁ ମୌଳିକ ସୁବିଧାରୁ ବଞ୍ଚିତ । ପକ୍କା ରାସ୍ତା ଅଭାବ ଫଳରେ ଜରୁରୀ ପରିସ୍ଥିତି ତଥା ଗର୍ଭବତୀ ଓ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଗ୍ରାମରୁ ଚିକିତ୍ସାଳୟ ପହଞ୍ଚାଇବା ମଧ୍ୟ କଷ୍ଟକର । ଜଳ ସମସ୍ୟା ଥିବାରୁ ଝରଣା ପାଣିକୁ ଅଟକାଇବା ପାଇଁ ପାଣିଟାଙ୍କି ନିର୍ମାଣ ଲାଗି ୨ଲକ୍ଷ ଟଙ୍କା ପଞ୍ଚାୟତ ଖର୍ଚ କରିଥିଲେ ମଧ୍ୟ ସେହି ପାଣି ଟାଙ୍କି କେବଳ ଚାରିମାସର କାର୍ଯ୍ୟରେ ଆସି ବଳକା ଦିନ କାର୍ଯ୍ୟରେ ଆସୁନଥିବାରୁ ବହୁ କଷ୍ଟ ଭୋଗୁଥିବା କହିଥିଲେ ଗ୍ରାମର ମହିଳାମାନେ । ପ୍ରାଥମିକ ଶିକ୍ଷା ପାଇଁ ଗ୍ରାମରେ ସ୍କୁଲ ଅଚଳ । ଅଙ୍ଗନବାଡି କେନ୍ଦ୍ର ଅଛି ହେଲେ କୋଠା ଗୃହ ଅସମ୍ପୂଣ୍ଣ ହୋଇରହିଛି । ତେବେ ପୂର୍ବ ସରକାରଙ୍କ ବିଭିନ୍ନ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ବେ ଗ୍ରାମବାସୀଙ୍କ ଦୁଃଖ ଦୂରହେଲାନି ବୋଲି ଅଭିଯୋଗ କରିଥିଲେ ଓ୍ବାର୍ଡ ମେମ୍ବର ଆୟୁବ ମାଝୀ । ହେଲେ ଗ୍ରାମବାସୀଙ୍କ ଏସମସ୍ତ ସମସ୍ୟା ଜଣେଇବା ପରେ ପରିଦର୍ଶନରେ ଆସିଥିବା ବିଡିଓ ଶ୍ରୀ ଶବର ବ୍ଳକ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରି ଖୁବ୍ ଶୀଘ୍ର ଗ୍ରାମବାସୀଙ୍କ ନିମନ୍ତେ ଉନ୍ନୟନ ମୂଳକ କାର୍ଯ୍ୟସବୁ କରିବାକୁ ଆଶ୍ବାସନା ଦେଇଥିଲେ । ତେବେ ବିଡିଓଙ୍କ ପରିଦର୍ଶନରେ ବ୍ଳକ ଉପାଧ୍ୟକ୍ଷ ନିହିମୀୟ ରଇତ, ସହକାରୀ ଯନ୍ତ୍ର ସର୍ବେଶ୍ବର ସାହୁ, ଏପିଇଓ ଦିଲିପ କୁମାର, ସ୍ଥାନୀୟ ଯୋଗାଣ ସହାୟକ ଏବଂ ଓ୍ବାର୍ଡ ମେମ୍ବର ପ୍ରମୁଖ ତାଙ୍କ ସହ ଉପସ୍ଥିତ ଥିଲେ । ତେବେ ଦେଖିବାକୁ ବାକିରହିଲା ଏହି ଗ୍ରାମର ଦୁଃଖ ଓ ସମସ୍ୟା କେବେ ଦୂର ହେବ ତାହା ସମୟ ହିଁ କହିବ ।
Related Posts
ମାଓବାଦୀ କମିବା ସହ ରାଜ୍ୟକୁ ଗଂଜେଇ ମୁକ୍ତ କରାଯିବ।
ମାଓବାଦୀ କମିବା ସହ ରାଜ୍ୟକୁ ଗଂଜେଇ ମୁକ୍ତ କରାଯିବ। ମାଲକାନଗିରି ଜିଲ୍ଲା ରହିଥିବା ଏସଓଜି, ଡିଭିଏଫ ଯବାନଙ୍କ ସହ ଆଲୋଚନା ପରେ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ…
ଭୁବନେଶ୍ବରରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ
ଭୁବନେଶ୍ବରରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଭୁବନେଶ୍ୱର: ଭୁବନେଶ୍ବର ପାଟିଆ ଛକ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ଜଣାପଡ଼ିଛି।ଲୁକି ଇଣ୍ଡିଆ ଆପାର୍ଟମେଣ୍ଟର ୮ମ ମହଲାରେ ଲାଗିଥିଲା ନିଆଁ।ଅଗ୍ନିଶମ…
ବନ୍ଦେ ଭାରତ ଟ୍ରେନ୍ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ
ବନ୍ଦେ ଭାରତ ଟ୍ରେନ୍ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଆଜି ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଭର୍ଚୁଆଲ ମାଧ୍ୟମରେ ଓଡିଶାରେ ତିନୋଟି ନୂତନ…