ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ରାସ୍ତାର କୁଜା ଜାନିଗୁଡ଼ା ଛକ ନିକଟରେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଚିତ୍ରକୋଟ ଗ୍ରାମର ପୂର୍ଣ ମାଝୀ(୨୩) ଏବଂ ହେମନ୍ତ ବାଣୁଆ(୨୨)। ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ପୂଜାରୀଗୁଡ଼ା ଗ୍ରାମର ସନ୍ଦୀପ କୁମାର ଭତ୍ରା(୨୧)। ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ସନ୍ଦୀପଙ୍କ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ତେନ୍ତୁଳିଖୁଣ୍ଟି ଏଏସଆଇ ଭରତ ମାଝି ପହଂଚି ତଦନ୍ତ ଜାରି ରଖିଛନ୍ତି।
Related Posts

ଓଷ୍ଟା ସଙ୍ଘ ପକ୍ଷରୁ 5ମ ସମ୍ଭିଧାନିକ ସମ୍ବିଳନୀ,
ଓଷ୍ଟା ସଙ୍ଘ ପକ୍ଷରୁ 5ମ ସମ୍ଭିଧାନିକ ସମ୍ବିଳନୀ, ସେମିଳିଗୁଡା: ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା ) ର ୫ତ ମ ସମ୍ଭିଧାନିକ ସମ୍ବଳିନୀ ଶହୀଦ ରାଜୀବ…

୧୫୦ ଫୁଟ୍ ତଳକୁ ଖସିଲା କାର୍
ଲମତାପୁଟ: * ବାଲେଶ୍ବରରୁ କାର୍ ଯୋଗେ ଡୁଡୁମା ଯିବା ବେଳେ ଦୁର୍ଘଟଣା୧୫୦ ଫୁଟ୍ ତଳକୁ ଖସିଲା କାର୍!୨ ଗୁରୁତର ଡୁଡୁମା ପାଖରେ ଭାରସାମ୍ୟ ହରାଇ ତଳକୁ ଖସିଲା

ବ୍ଲକ ସ୍ତରୀୟ ଜିଜ୍ଞାସା ତାଲିମ ଶିବିର ଉଦଘାଟିତ
*ବ୍ଲକ ସ୍ତରୀୟ ଜିଜ୍ଞାସା ତାଲିମ ଶିବିର ଉଦଘାଟିତ* ନୂଆପଡା ଜିଲ୍ଲା ର ଖଡ଼ିଆଳ, ବୋଡେ଼ନ ଓ ସିନାପାଲି ତିନି ଟି ବ୍ଲକ ରପ୍ରାୟ ସତୁରି ଜଣ ବିଜ୍ଞାନ…