ଦୁଇ ବନ୍ଧୁ ଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଉଭୟ ଆହତ ହୋଇ ବର୍ତମାନ ଜେଲରେ।

ଦୁଇ ବନ୍ଧୁ ଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଉଭୟ ଆହତ ହୋଇ ବର୍ତମାନ ଜେଲରେ।

ଦିଗପହଣ୍ଡି ଥାନା ଅର୍ନ୍ତଗତ ତୁରୁବୁଡି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ସନ୍ତୋଷ ରେଡ଼ି ଓ ଚକ୍ରପାଣି ରେଡ଼ି ଉଭୟେ ଜାତି ଭାଇ। କିନ୍ତୁ ଗତ କୁମାର ପୁର୍ଣିମା ସମୟରେ ଗାଁ ମଣ୍ଡପରେ ଜୁଆ ଖେଳ କୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଓ ବାଡାପିଟା ହୋଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ମନମାଳିନ୍ୟ କୁହୁଳି ଉଠି ଗତ ମଙ୍ଗଳବାର ସନ୍ଧ୍ୟାରେ ଚକ୍ରପାଣି ର ପୁଅ ପୁର୍ଣ୍ଣଚନ୍ଦ୍ର ରେଡ଼ି ସନ୍ତୋଷ ଘରେ ନଥିବା ସମୟରେ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଆପତ୍ତି ଜନକ ମନ୍ତବ୍ୟ ଦେଇ ଚାଲିଯାଇଥିଲା। ସନ୍ତୋଷ ଘରକୁ ଫେରି ଏହି ବିଷୟରେ ଶୁଣିବା ପରେ ସ୍ତ୍ରୀ ସହ ମିଶି ଚକ୍ରପାଣି ର ଘରକୁ ଯାଇ ତାର ସ୍ତ୍ରୀ ଓ ଝିଅ କୁ ପୁର୍ଣ୍ଣ ବିଷୟରେ ଅଭିଯୋଗ କରିବାରୁ ଘଟଣା ଉଗ୍ର ରୁପ ଧାରଣ କରିଥିଲା। ସେଠାରୁ ସନ୍ତୋଷ ଫେରି ଆସି ପୁଣି ଚକ୍ରପାଣି ର ଘରକୁ ଯାଇ ଏକ ଠେଙ୍ଗା ରେ ତାକୁ ଆକ୍ରମଣ କରିଥିଲା ଓ ଚକ୍ରପାଣି ମଧ୍ୟ ସନ୍ତୋଷ କୁ ଆକ୍ରମଣ କରିବାରୁ ଉଭୟ ଗୁରୁତର ଆହତ ହୋଇ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା ସମୟରେ ପୋଲିସ ପହଞ୍ଚି ଉଭୟଙ୍କ ଠାରୁ ଏତଲା ଗ୍ରହଣ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *