ଦୁଇ କୋଟି ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର ।

ଦୁଇ କୋଟି ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର ।

ଆର,ଉଦୟଗିରି (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ରା,ଉଦୟଗିରି ଥାନା ରୁବୁଡୁ ଗାଁ ନିକଟରୁ ୨୦ କୁଇଣ୍ଟାଲ ଗଞ୍ଜେଇ ପୁଲିସ ଜବତ କରିଥିଲେ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ ବୋଲି ଗଜପତି ଏସ୍ପି ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଥିଲେ । ଚଢାଉ ପୂର୍ବରୁ ମାଫିଆ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନ ସମୟରେ ରୁବୁଡା ଗାଁ ନିକଟସ୍ଥ ଗୋଟିଏ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ନେଇ ପୁଲିସ ଖବର ପାଇଥିଲା । ଆର,ଉଦୟଗିରି ଭାରପ୍ରାପ ଏସଡିପିଓଙ୍କ ତତ୍ତ୍ବାବଧାନରେ ଓ ଥାନା ଅଧିକାରୀଙ୍କ ନେତୃତ୍ବରେ ପୁଲିସ ଚଢାଉ କରି ଏହି ଗଞ୍ଜେଇ ଜବତ କରିଥିଲେ । ଗଞ୍ଜେଇକୁ ମାଫିଆ ମାନେ ଅତି ଚତୁରତାର ସହ ବଡ ବଡ ପ୍ଲାଷ୍ଟିକ ଜରିରେ ଭତ୍ତି କରି ରଖିଥିଲେ । ଏହି ପ୍ଲାଷ୍ଟିକ ଜାରରେ ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ମାଫିଆ ପ୍ରସ୍ତୃତ କରୁଥିଲେ । ପୁଲିସ ଚଢାଉ ପୂର୍ବରୁ ମାଫିଆ ମାନେ ଘଟଣା ସ୍ଥାଳରୁ ଚମ୍ପଟ ମାରିଥିବା ଏସ୍ପି ସୂଚନା ଦେଇଛନ୍ତି । ପ୍ରତି ଥର ଭଲି ଏଥର ମଧ୍ୟ ଗଞ୍ଜେଇ ଚଢାଉ ସମୟରେ ଗଞ୍ଜେଇ ମାଫିଆ ଚମ୍ପଟ ମାରିଦେଇଥିଲେ । ସ୍ଥାନୀୟ ପୁଲିସ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇପାରିନଥିଲେ । ଅଞ୍ଚଳରେ ଚଚା ଚାଲିଯେ ପୁଲିସ ଗଞ୍ଜେଇ ଚଢାଉ ସମୟ କିପରି ଗଞ୍ଜେଇ ମାଫିଆମାନେ ଚମ୍ପଟ ମାରିପାରିଛନ୍ତି । କାହିଁକି ପୁଲିସ ଗଞ୍ଜେଇ ମାଫିଆମାନଙ୍କୁ ଧରବାରେ ସକ୍ଷମ ନହେବାର କାରଣ କଣ ।

Leave a Reply

Your email address will not be published. Required fields are marked *