ଦୁଇ ଅନାଥ ଶିଶୁଙ୍କୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ହାତ ବଢ଼ାଇଛି।
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଗୋବିନ୍ଦନଗର ପଞ୍ଚାୟତ ର ଗୋବିନ୍ଦ ନଗର ଗ୍ରାମ ର ନରସିଂହ ଦାସ ପ୍ରାୟ ୪ବର୍ଷ ତଳେ ପ୍ରାଣ ହରାଇ ଥିବା ବେଳେ ଗତ ୭ମାସ ତଳେ ତାଙ୍କ ସ୍ତ୍ରୀ ଶୈଳ ଦାସ ପ୍ରାଣ ହରାଇ ଛନ୍ତି। ଉଭୟଙ୍କର ଦୁଇଟି ଛୁଆଙ୍କ ଲାଳନ ପାଳନ ତାଙ୍କ ଜେଜେ ବାପା ଓ ଜେଜେ କରୁଛନ୍ତି। ଏହି ଭଳି ପରିସ୍ଥିତିରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହଯୋଗ ସୁଚନା ପାଇ ବ୍ରହ୍ମପୁରର ଅଗ୍ରଣୀ ସେବା ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ସହାୟତା ର ହାତ ବଢ଼ା ଇ ଏକ ମାସର ରାସନ୍ ସାମଗ୍ରୀ ଯଥା ଚାଉଳ ,ନୂତନ ବସ୍ତ୍ର, ପାଠ୍ୟ ଉପକରଣ , ପନି ପରିବା ଏବଂ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି।ଏହା ସହ କିଛି ଆର୍ଥିକ ସହାୟତା ମଧ୍ୟ କରାଯାଇଥିଲା। ଟ୍ରଷ୍ଟ ର ବହୁ ସଦସ୍ୟ ସଦସ୍ୟା ସ୍ବେଚ୍ଛାକୃତ ଭାବେ ଏହି ଅନୁଦାନ ରାଶି ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ନେତୃତ୍ୱରେ ରବୀନ୍ଦ୍ର ନାଥ ମିଶ୍ର, ସୋନମ୍ ଦାସ, ପ୍ରିତମ୍ ଚାନ୍ଦ ତ୍ରିପାଠୀ, ବିଶ୍ଵନାଥ ପାତ୍ର,ଅଲେଖ ପାଳ, ସୁନୀଲ ମହାନ୍ତି,ସୁଦୀପ୍ତ ପଟ୍ଟନାୟକ, ସଂଯୁକ୍ତା ତ୍ରିପାଠୀ, ରିତାଞ୍ଜଳି ସ୍ୱାଇଁ, ସଞ୍ଜୟ ସାହୁ, ରାଗିଣୀ ସାହା, କେ ଗୁରୁ ମୂର୍ତ୍ତି, ସୁଜାତା ମହାପାତ୍ର, ଅଶୋକ ମହାପାତ୍ର, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉକ୍ତ ଗ୍ରାମର ପରିବାର ସହଯୋଗ ଧନ୍ୟବାଦ ଅର୍ପଣ କରିଥିଲେ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!