ଦାରିଙ୍ଗବାଡି ଠାରେ ନୂତନ ପେନଶନ ଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କନ୍ଧମାଳ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଦାରିଙ୍ଗବାଡି ଠାରେ ନୂତନ ପେନଶନ ଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କନ୍ଧମାଳ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ…

କନ୍ଧମାଳ : ( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଏନ.ପି.ଏସ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଚଳିତ ବର୍ଷ ଦାରିଙ୍ଗବାଡି ର ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ କିଶୁବାଡ଼ି ର ପାଟାବାଣ୍ଡା ଜଳପ୍ରପାତ ଠାରେ ବହୁ ଆଡମ୍ବରରେ ବଣଭୋଜି ସହ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଅଛି | ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ ରୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ | ଏହି ବୈଠକ ଅନେକ ସକାରାତ୍ମକ ଦିଗ ଉପରେ ଆଲୋଚନା କରାଯାଇଥିଲା l ଯଥା : ଶିକ୍ଷକ ଙ୍କ ଅନେକ ସମସ୍ୟା ଉପରେ ସରକାର ଙ୍କ ଦୃଷ୍ଟିଭଙ୍ଗୀ କିପରି ସକାରାତ୍ମକ ରହିବ ଓ ପୂର୍ବ ସରକାର ସମୟରେ କରାଯାଇଥିବା ଶିକ୍ଷକ ଆନ୍ଦୋଳନ ର ମୁଖ୍ୟ ନ୍ୟାର୍ଯ୍ୟ ଦାବୀ ଯେପରି ଏହି ନୂତନ ସରକାର ଙ୍କ ଦ୍ୱାରା କାର୍ଯ୍ୟକ୍ଷମ ହେବ,ପ୍ରୋମସନ ପ୍ରକ୍ରିୟା କିପରି ତ୍ୱରାନ୍ୱିତ ହୋଇପାରିବ, ପ୍ରତ୍ୟେକ ବ୍ଲକ ରେ ଯେପରି ଶିକ୍ଷକ ସଂଗଠନ ର ସଭାଗୃହ ଯଥାଶୀଘ୍ର ନିର୍ମାଣ କରାଯିବ ଏବଂ ଅନେକ ସମସ୍ୟା ବିଷୟରେ ଜିଲ୍ଲା ସଂଗଠନ ଉଚ୍ଚ କତ୍ତୃପକ୍ଷଙ୍କୁ କିପରି ଅବଗତ କରି ଏକ ସକାରାତ୍ମକ ପଦକ୍ଷେପ ପାଇଁ ଦୃଷ୍ଟି ଦେବେ ସେ ବିଷୟରେ ଆଲୋଚନା କରାଯାଇଅଛି I ଏହି କାର୍ଯ୍ୟକ୍ରମ କୁ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଜିଲ୍ଲା ସଂଗଠନ ଓ ଦାରିଙ୍ଗବାଡି ଶିକ୍ଷକ ସଂଗଠନ କୁ ଭୂଷୟୀ ପ୍ରଶଂସା କରିଛନ୍ତି I ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଏନ.ପି.ଏସ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶ୍ରୀଯୁକ୍ତ କୁମର ପରାସେଠ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସରୋଜ ସେଠି, ସମ୍ପାଦକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଉତ୍କଳ କେଶରୀ ବିବର, କୋଷାଧକ୍ଷ ଶ୍ରୀଯୁକ୍ତ ସନାତନ ପରିଝା, ମିଡ଼ିଆ ସଂଯୋଜକ ଶ୍ରୀଯୁକ୍ତ ସମୀର ଦିଗାଳ, ଅରବିନ୍ଦ ମହାପାତ୍ର, ଅଜିତ ବେହେରା, ବିଷ୍ଣୁ ପ୍ରସାଦ ହୋତା, ତପନ ନାୟକ, ଜୟପ୍ରକାଶ ପାତ୍ର ସହ ସମସ୍ତ କର୍ମକର୍ତ୍ତା ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *