ଦାରିଙ୍ଗବାଡିଠାରେ ବ୍ଲକ ଅଙ୍ଗନବାଡି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଦାରିଙ୍ଗବାଡିଠାରେ ବ୍ଲକ ଅଙ୍ଗନବାଡି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କନ୍ଧମାଳ: (ରିପୋର୍ଟ କୁନା ଦିଗାଲ )ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ ଓଡିଆ ଅଙ୍ଗନବାଡି ସଂଘ ଦାରିଙ୍ଗବାଡି ବ୍ଲକର କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାନେତ୍ରୀ କୁନି ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ମଜଦୂର ସଂଘ(ବିଏମଏସ)ର ଜିଲା ସଭାପତି ଅଶୋକ ପରିଡାଙ୍କ ସହ ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସଂମ୍ପାଦିକା ସାରଦା ପରିଛା ଯୋଗଦେଇ ସଂଗଠନକୁ ମଜଭୂତ କରିବାକୁ ଆହ୍ୱାନ ଦେଇଥିଲେ।ବିଭିନ୍ନ ସମୟରେ କେତେଜଣ ସୁପରଭାଇଜର ଅସହଯୋଗ କରୁଥିବା ଅଭିଯୋଗ ହୋଇଥିଲା।ମାସ ମାସ ଧରି ପୋଷଣ ଅନୁଦାନ ସହିତ କିଶୋରୀ ବାଳିକା ଅର୍ଥ, ଗ୍ୟାସ ଅର୍ଥ ମିଳିବାରେ ବିଳମ୍ବ ହେଉଥିବାରୁ ଜିଲା ଅଧିକାରୀଙ୍କ ଦୃଷ୍ଟି ଗୋଚର କରିବାକୁ ନିଷ୍ପତ୍ତି ନିଆଯାଇଛି।ଚାଉଳ ଓଜନରେ କମ ଦେଉଥିବା,ଅଣ୍ଡାଦର ବଜାରରେ ଅତ୍ୟଧିକ ବୃଦ୍ଧି ହୋଇଥିବାବେଳେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବା ଆବଶ୍ୟକ।ପ୍ରତ୍ୟେକ କର୍ମୀଙ୍କୁ ଦିଆଯାଉଥିବା ଅର୍ଥ କେଉଁ ବାବଦରେ ଦିଆଯାଉଛି ତାହା ଲିଖିତ ନ ଦେବାରୁ କେତେ ବକେୟା ରହିଛି ଜଣା ପଡୁନଥିବାରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଛି। ଅଙ୍ଗନବାଡି କେନ୍ଦ୍ରକୁ ପିଲାମାନେ ଅଧିକାଂଶ ସମୟରେ ଖାଇବା ସମୟରେ ଆସୁଥିବା ବେଳେ ପରିଦର୍ଶନରେ ଆସୁଥିବା ସୁପର ଭାଇଜରମାନେ କମ ସଂଖ୍ୟକ ଉପସ୍ଥାନ ଦେଉଥିବାରୁ କର୍ମୀମାନେ ବକେୟରେ ଆଣୁଥିବା ସାମଗ୍ରୀ ଟଙ୍କା ଶୁଝିବା କଷ୍ଟକର ହେଉଛି।ଏ ସମସ୍ୟା ସମ୍ପର୍କରେ ରାଜ୍ୟ ବୈଠକରେ ଆଲୋଚନା କରି ପଦକ୍ଷେପ ନେବାକୁ ବିଏମଏସର ଜିଲା ସଭାପତି ଅଶୋକ ପରିଡା ସୂଚନା ଦେଇଥିଲେ।ଆଗାମୀ ଦିନରେ ଅଙ୍ଗନବାଡି ସଂଘର ବ୍ଲକ ସମ୍ମିଳନୀ ଓ ଜିଲା ସମ୍ମିଳନୀ ଆୟୋଜନ କରିବାକୁ ଆଲୋଚନା କରାଯାଇଥିଲା। ଗତ ୩୧ତାରିଖରେ ଦାରିଙ୍ଗବାଡି ବ୍ଲକ ସଂଘର ସମ୍ପାଦିକା ତଥା ରୁକାନବାଡିର କର୍ମୀ ପ୍ରମଦା ମଲ୍ଲିକ ଅବସର ନେଇଥିଲେ।ଏହି ଅବସରରେ ବୈଠକରେ ବିଏମ ଏସର ଜିଲା ସଭାପତି ଅଶୋକ ପରିଡା,ସଂଘର ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସଂମ୍ପାଦିକା ସାରଦା ନାୟକ ବ୍ଲକ ସଂଘ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ୧୨ଟି ସେକ୍ଟରର କର୍ମୀମାନେ ବୈଠକରେ ଯୋଗଦେଇ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *