ଦାଦା ବଟି ନଦେବାରୁ ଫାଷ୍ଟଫୁଡ୍ ଦୋକାନୀଙ୍କୁ ଆକ୍ରମଣ ।
ଗଞ୍ଜାମ:ଟାଉନ ଥାନା ଅର୍ନ୍ତଗତ ଗାନ୍ଧୀନଗର ଛକରେ ଜଣେ ଫାଷ୍ଟଫୁଡ୍ ଦୋକାନୀ କୁ କିଛି ଯୁବକ ଆସି ଦାଦା ବଟି ମାଗିଥିଲେ । ଦୋକାନୀ ଅକ୍ଷମ ପ୍ରକାଶ କରିବାରୁ ଉକ୍ତ ଯୁବକ ମାନେ ତାକୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ଯ’ଦ୍ଵାରା ଦୋକାନୀ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଘଟଣାସ୍ଥଳ ଲୋକାରଣ୍ୟ ହୋଇଯାଇଥିଲା ବେଳେ ଟାଉନ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକ କୁ କାବୁ କରି ଥାନାରେ ରଖି ପଚରାଉଚରା କରୁଛନ୍ତିି।
ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!