ଦମ୍ପତି ଙ୍କୁ ଆକ୍ରମଣ ଅଭିଯୋଗ ରେ ତିନି ଯୁବକ ଗିରଫ।
ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ଅଞ୍ଚଳର ଏକ ଜମିବାଡ଼ି ସମ୍ପର୍କିତ ଅଶାନ୍ତି କୁ ନେଇ ସେହି ଅଞ୍ଚଳର ସରିତା ସୁବୁଦ୍ଧି ଓ ସ୍ବାମୀ ହିମାଂଶୁ ସୁବୁଦ୍ଧିଙ୍କୁ ଆକ୍ରମଣ ଅଭିଯୋଗ ରେ ଭଡାଟିଆ ଗୁଣ୍ଡା ସେଖ୍ କଲିମ୍,ସେଖ୍ ତେଜୁ ଓ ସେଖ୍ ସାହାରୁଖ ନାମକ ତିନି ଯୁବକ କୁ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି ଟାଉନ ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଅଭିଯୋଗକାରିଣୀ ସରିତା ସୁବୁଦ୍ଧି ଙ୍କ ଏକ ପ୍ଲଟ୍ କୁ ନେଇ ପଡୋଶୀ ରାଜେନ୍ଦ୍ର ସାହୁ ଙ୍କ ମଧ୍ୟରେ ଅଶାନ୍ତ ଲାଗି ରହିଥିଲା। ଏହି ଭଳି ପରିସ୍ଥିତିରେ ଅଭିଯୋଗ କୁ ନେଇ ବ୍ରହ୍ମପୁର ତହସିଲଦାରଙ୍କ ହସ୍ତକ୍ଷେପ ଫଳରେ ରାଜସ୍ୱ ନୀରିକ୍ଷକ ଙ୍କ ତତ୍ତ୍ୱାବଧାନରେ ଉକ୍ତ ପ୍ଲଟ୍ ର ଚୌହଦ କାର୍ଯ୍ୟକ୍ରମ ହୋଇଥିଲା ଓ ପରେ ଉକ୍ତ ବିବାଦୀୟ ଜମିରେ ରାଜେନ୍ଦ୍ର ସାହୁ ଙ୍କର କିଛି ଜମି ଅଛି ବୋଲି ଜଣାପଡିଥିଲା। କିନ୍ତୁ ସରିତା ସୁବୁଦ୍ଧି ଉକ୍ତ ନିଷ୍ପତ୍ତି କୁ ଗ୍ରହଣ କରିନଥିଲେ। କିନ୍ତୁ ଗତ ୯ ତାରିଖ ରେ ଗିରଫ ୩ ଯୁବକ ଗୋଟିଏ ଜେସିବି ମେସିନ ରେ ଉକ୍ତ ବିବାଦୀୟ ଜମିରେ ଥିବା ପାଚେରୀ କୁ ଭାଙ୍ଗିବାକୁ ଯିବା ବେଳେ ସରିତା ଓ ସ୍ବାମୀ ହିମାଂଶୁ ବିରୋଧ କରିଥିଲେ। ଯାହା ଫଳରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଏହି ଅଶାନ୍ତି ଘଟଣା କୁ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!